Advertisement
Categories: ଜାତୀୟ

୧,୩୦୦ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଚାଇନା ଭିଜା

ନୂଆଦିଲ୍ଲୀ,୧୩।୧୦: ଦୁଇବର୍ଷରୁ ଊର୍ଦ୍ଧ୍ୱ କୋଭିଡ୍‌ କଟକଣା ପରେ ଭାରତୀୟ ଛାତ୍ରୀଛାତ୍ର ଚାଇନାରେ ପୁଣିଥରେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି। ୧,୩୦୦ରୁ ଊର୍ଦ୍ଧ୍ୱ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଚାଇନା ଫେରିବା ଲାଗି ଭିଜା ମିଳିଛି। ୨୦୨୦ ଆରମ୍ଭରେ ବେଜିଂ ବିମାନ ଚଳାଚଳ ଉପରେ କଟକଣା ଲଗାଇବାରୁ ପିଲାମାନେ ଭାରତରେ ଅଟକି ରହିଥିଲେ।

ଚାଇନାର ଏସିଆ ବ୍ୟାପାର ବିଭାଗ ମହାନିର୍ଦ୍ଦେଶକ ଲିଉ ଜିନ୍‌ସଙ୍ଗ ଭାରତୀୟ ରାଷ୍ଟ୍ରଦୂତ ପ୍ରଦୀପ ରାଓ୍ବତଙ୍କୁ ଭେଟି ଏହା ଜଣାଇଛନ୍ତି। ୧,୩୦୦ରୁ ଅଧିକ ଭାରତୀୟ ଛାତ୍ରୀଛାତ୍ର ଏବଂ ୩୦୦ ବ୍ୟବସାୟୀଙ୍କୁ ବେଜିଂ ଯିବା ଲାଗି ଭିଜା ମିଳିଥିବା ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

Share