‘ଭୁଲ ରାସ୍ତାରେ ଯାଅ ନାହିଁ ନଚେତ…’, କାନାଡାକୁ ଚେତାବନୀ ଦେଲା ଚାଇନା

ଓଟଓ୍ବୋ/ବେଜିଂ,୯।୫: କାନାଡ ଓ ଚାଇନା ମଧ୍ୟରେ ସୋମବାର ଉତ୍ତେଜନା ଦେଖାଦେଇଛି। ବେଜିଂକୁ ସମାଲୋଚନା କରୁଥିବା କାନାଡାର ଜଣେ ଆଇନଜୀବୀଙ୍କୁ ଧମକ ଦେଇଥିବା ଚୀନ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପାଇଁ ନିଷ୍ପତ୍ତି ନିଆଯିବା ପରେ ଏହି ବିବାଦ ଉପୁଜିଛି। ଏଥିରେ କ୍ରୋଧାନ୍ବିତ ହୋଇ ଡ୍ରାଗନ କାନାଡାଠାରୁ ପ୍ରତିଶୋଧ ନେବାକୁ ପ୍ରତିଜ୍ଞା କରିଥିଲେ। କୁହାଯାଉଛି ଯେ ଚାଇନା ଦୂତାବାସ କାନାଡାର ପ୍ରତିଶୋଧ ନେବାକୁ ଶପଥ ନେଇଛି।
ଗୁପ୍ତଚର ରିପୋର୍ଟ ପରେ କାନାଡା ଚାଇନା କୂଟନୀତିଜ୍ଞ ଜାଓ ୱେଇଙ୍କୁ ଦେଶରୁ ବହିଷ୍କାର କରିଛି। ଚାଇନା କୂଟନୀତିଜ୍ଞଙ୍କ ଉପରେ ରାଜନୈତିକ ହସ୍ତକ୍ଷେପ ଏବଂ କାନାଡାର ଜଣେ ସାଂସଦଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ଯଦିଓ ଚାଇନା ଗୋଟିଏ ଦିନ ପୂର୍ବରୁ କୌଣିସି ହସ୍ତକ୍ଷେପକୁ ପ୍ରତ୍ୟାଖ୍ୟାନ କରିସାରିଛି, କିନ୍ତୁ ବର୍ତ୍ତମାନ ଜଣାପଡିଛି ଯେ ସେମାନେ ପ୍ରତିଶୋଧ ନେବାକୁ ମନୋଭାବ ପୋଷଣ କରୁଛନ୍ତି। କୁହାଯାଉଛି ଯେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ଆହୁରି ଖରାପ ହୋଇପାରେ।

Share