ଖବର କାଗଜ ଦ୍ୱାରା ନିଜର ଭାବମୂର୍ତ୍ତି ଉଜ୍ଜ୍ୱଳ କରିବାକୁ ଚାହୁଁଛି ଚାଇନା, ଦେଇଛି ୧୩୩ ହଜାର ଡଲାର…

ବେଜିଂ,୭।୮ : ଦୁନିଆରେ ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରିବା ପାଇଁ ଚାଇନା ଖବରକାଗଜର ସାହାଯ୍ୟ ନେଉଛି। ନିଜ ବିଷୟରେ ସକାରାତ୍ମକ ଖବର ପ୍ରକାଶ କରିବାକୁ ଓସେନିଆରେ ଅବସ୍ଥିତ ସୋଲୋମନ ଦ୍ୱୀପପୁଞ୍ଜ ଖବରକାଗଜକୁ ୧୩୦ ହଜାର ଡଲାର ଦେଇଛି।

ଆର୍ଥିକ ସହାୟତା ସମ୍ବନ୍ଧରେ ୨୦୨୧ ମସିହାରେ ସୋଲୋମନ ଷ୍ଟାର ସହ ଚାଇନା  ଦୂତାବାସ ପକ୍ଷରୁ ଯୋଗାଯୋଗ କରାଯାଇଥିଲା ଏବଂ ସେ ୪୧ ହଜାର ଡଲାର ଦେବାକୁ ରାଜି ହୋଇଥିଲେ। ଜୁନ ୨୦୨୨ ରେ, ଏହାକୁ ୧,୩୩ ହଜାର ଡଲାରକୁ ବୃଦ୍ଧି କରାଯାଇଥିଲା ।

ସୋଲେମାନ ଦ୍ୱୀପପୁଞ୍ଜର ଦୁଇଟି ମୁଖ୍ୟ ଖବରକାଗଜ ମଧ୍ୟରୁ ସୋଲେମାନ ଷ୍ଟାର ଅନ୍ୟତମ । ଗତ ମଙ୍ଗଳବାରର ସୋଲୋମନ ଷ୍ଟାରର ଏକ ସମ୍ପାଦକୀୟ ଏହାକୁ ଖଣ୍ଡନ କରିଛି। କଭରେଜ ପାଇଁ ଚାଇନା ଦୂତାବାସ କାଗଜକୁ ତାଗିଦ କରିଥିବା ମନା କରାଯାଇଛି।

ତେବେ ଏଥିରେ କୁହାଯାଇଛି ସୋଲେମାନ ଷ୍ଟାରର ଲୁଚାଇବାକୁ କିଛି ନାହିଁ। ଆମକୁ ଚାଇନା ଠାରୁ ଅର୍ଥ ମିଳିଛି। ସୋଲେମାନ ଦ୍ୱୀପପୁଞ୍ଜର ଅନ୍ୟ ଗଣମାଧ୍ୟମ ସଂଗଠନ ତଥା ସାମ୍ବାଦିକମାନେ ମଧ୍ୟ ଚାଇନା ସରକାରଙ୍କଠାରୁ ଅର୍ଥ ଗ୍ରହଣ କରୁଛନ୍ତି।
ମାତ୍ର ଏଥିରେ ଅନ୍ୟ କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ ବୋଲି ଖବର କାଗଜ କହିଛି।

Share