ଆମେରିକାକୁ ଚେତାବନୀ ଦେଲା ଚାଇନା

ବେଜିଂ,୨୯।୭: ଆଜିକାଲି ଆମେରିକା ଏବଂ ଚାଇନା ମଧ୍ୟରେ ସମ୍ପର୍କ ତିକ୍ତ ହୋଇପଡିଛି। ବିଶେଷକରି ତାଇୱାନ ପ୍ରସଙ୍ଗରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବାର୍ତ୍ତାଳାପରେ ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତାର ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥିଲା। ବାଇହେନ ଏବଂ ଜିନପିଙ୍ଗ ମଧ୍ୟରେ ଫୋନରେ ହୋଇଥିବା ଆଲୋଚନାରେ ଚାଇନା ନିଆଁ ସହ ନ ଖେଳିବାକୁ ଆମେରିକାକୁ ଚେତାବନୀ ଦେଇଛି। ଆମେରିକା ପକ୍ଷରୁ ଚାଇନାର ମନମୁଖୀ କାର୍ଯ୍ୟକୁ ଦୃଢ ବିରୋଧ ପରେ ଏହି ଚେତାବନୀ ଦିଆଯାଇଛି।
ଅଗଷ୍ଟରେ ଆମେରିକା ସଂସଦର ବାଚସ୍ପତି ନାନସୀ ପେଲୋସିଙ୍କ ତାଇୱାନ ଗସ୍ତ ମଧ୍ୟରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଉଭୟ ଦେଶର ମୁଖ୍ୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଉତ୍ତେଜନାକୁ ହ୍ରାସ କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଆଲୋଚନା ପେୀ ଉଭୟ ପକ୍ଷରୁ ଜାରି ବିବୃତ୍ତିରେ ଟେନସନ ଆହୁରି ବଢିଥିବା ପରି ମନେ ହେଉଛି।
ହ୍ବଇଟହାଉସ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଯେ, ତାଇୱାନକୁ ନେଇ ଆମେରିକାର ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ତାଇୱାନ ଅଞ୍ଚଳରେ ସ୍ଥିତାବସ୍ଥା ପରିବର୍ତ୍ତନ କରିବାକୁ ତଥା ଶାନ୍ତି ଭଙ୍ଗ କରିବାକୁ ଯେକୌଣସି ପ୍ରୟାସକୁ ଆମେରିକା ଦୃଢ ବିରୋଧ କରୁଛି।
ସେହିପରି ଚାଇନା ବୈଦେଶିକ ମନ୍ତ୍ରଣାଳୟ କୁହାଯାଇଛି ଯେ, ଚାଇନା ‘ତାଇୱାନ ସ୍ବାଧୀନତା’ ଆଡକୁ ବଢୁଥିବା ବିଚ୍ଛିନ୍ନତାବାଦୀ ପଦକ୍ଷେପ ତଥା କୌଣସି ବାହ୍ୟ ବାହିନୀର ହସ୍ତକ୍ଷେପକୁ ଦୃଢ ବିରୋଧ କରିବ। ଯେଉଁମାନେ ନିଆଁ ସହିତ ଖେଳିବେ ସେମାନଙ୍କୁ ଉଚିତ୍‌ ଦେବୁ। ତେଣୁ ଆଶା କରୁଛୁ ଯେ, ଆମେରିକା ଏହା ଉପରେ ସ୍ପଷ୍ଟ ନଜର ରଖିବ।

Share