ଇମ୍ରାନଙ୍କୁ ନେଇ ପାକିସ୍ତାନୀ ସେନାକୁ ଚାଇନା ଦେଇଥିଲା ଚେତାବନୀ…

ଇସଲାମାବାଦ,୯।୭ : ପାକିସ୍ତାନରେ ସେନା ଯାହାକୁ ଚାହୁଁଛି ସେ କ୍ଷମତାରେ ରହୁ୍‌ଛନ୍ତି। ସେନା ୨୦୧୮ ରେ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ କରିଥିଲା। ଇମ୍ରାନ ଖାନଙ୍କ କାର୍ଯ୍ୟକାଳ ମଧ୍ୟରେ ପାକିସ୍ତାନ ଏବଂ ଚାଇନା ମଧ୍ୟରେ ସମ୍ପର୍କ କୌଣସି ବିଶେଷ ଉଚ୍ଚତାକୁ ଛୁଇଁ ନ ଥିଲା। ବର୍ତ୍ତମାନ ପାକିସ୍ତାନର ଜଣେ ମନ୍ତ୍ରୀ ପ୍ରକାଶ କରିଛନ୍ତି ଇମ୍ରାନ ଖାନଙ୍କୁ କ୍ଷମତାକୁ ଆଣିବାକୁ ଚାଇନା କେବେ ରାଜି ହୋଇ ନ ଥିଲା। ପାକିସ୍ତାନର ଯୋଜନା ଏବଂ ବିକାଶ ମନ୍ତ୍ରୀ ଅହସାନ ଇକବାଲ କହିଛନ୍ତି ଇମ୍ରାନ ଖାନ ବହୁ ବିଲିୟନ ଡଲାରର ଚାଇନା-ପାକିସ୍ଥାନ ଅର୍ଥନୈତିକ କରିଡର (ସିପିଇସି) କୁ କ୍ଷତି ପହଞ୍ଚାଇଛନ୍ତି।

ଇକବାଲ ପ୍ରକାଶ କରିଛନ୍ତି ଚାଇନା ତତ୍କାଳୀନ ସେନାକୁ ଚେତାବନୀ ଦେଇଥିଲା। ଚାଇନା ତତ୍କାଳୀନ ସେନା ମୁଖ୍ୟ କମର ଜାଭେଦ ବାଜୱାଙ୍କୁ କହିଥିଲା ସାଧାରଣ ନିର୍ବାଚନ ପୂର୍ବରୁ କୌଣସି ନୂତନ ପରୀକ୍ଷଣ ନ କରାଯାଉ। ଜିଓ ନ୍ୟୁଜ କାର୍ଯ୍ୟକ୍ରମ ଜିରଗାରେ ସେ କହିଛନ୍ତି କୌଣସି ନୂତନ ପରୀକ୍ଷଣକୁ ଏଡାଇବା ପାଇଁ ଚାଇନା ତତ୍କାଳୀନ ସେନା ମୁଖ୍ୟଙ୍କ ନିକଟକୁ ବାର୍ତ୍ତା ପଠାଇବାକୁ ଚେଷ୍ଟା କରିଥିଲା। ଚାଇନା ଅନୁମାନ କରିଥିଲା ଏହା ସିପିଇସିକୁ ବାଧା ପହଞ୍ଚାଇବ।

ତେବେ ଚୀନ ନିଶ୍ଚିତ କରାଯାଇଥିଲା ଯିଏ କ୍ଷମତାକୁ ଆସିବେ ସେ ମେଗା ଭିତ୍ତିଭୂମି ଏବଂ ସଂଯୋଗୀକରଣ ପ୍ରକଳ୍ପରେ ବାଧା ଦେବେ ନାହିଁ। ମନ୍ତ୍ରୀ କହିଛନ୍ତି, ଚାଇନା ସେନାକୁ ନିର୍ବାଚନରେ ହସ୍ତକ୍ଷେପ ନ କରିବାକୁ କହିଥିଲା।

Share