Categories: ଫୁରସତ

ଏହି ଛୋଟ ପିଲାକୁ ଚାଇନାର ଏତେ ଡର ଯେ କରିନେଇଥିଲା ଅପହରଣ, ଏଯାଏ ମିଳୁନି ପତ୍ତା

ଚାଇନା ବିଶ୍ୱର ସର୍ବାଧିକ ଜନବହୁଳ ଦେଶ। ଏହାର ରାଷ୍ଟ୍ରପତି ଜି ଜିନପିଙ୍ଗ ସର୍ବଦା ଦାଦାଗିରି କରୁଥିବା ଦେଖିବାକୁ ମିଳେ। ହେଲେ ବିଗତ ଦିନରେ ଜଣେ ଛୋଟ ପିଲାକୁ ସରକାର ଏଭଳି ଡରିଗଲେ ଯେ ତାକୁ ଅପହରଣ କରି ଗାଏବ କରିଦେଇଛନ୍ତି। ୮ ବର୍ଷର ଉକ୍ତ ବାଳକ ଏବେ କେଉଁଠି, ଜୀବିତ କି ମୃତ ସେନେଇ କେହି କିଛି ବି ଜାଣିନାହାନ୍ତି। ଏହି ବାଳକ ଗେଡୁନ୍ ଚୋକି ନିମାଙ୍କୁ ତିବ୍ବତର ଦ୍ୱିତୀୟ ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତି ଭାବେ ଗଣାଯାଏ। ତାଙ୍କୁ ପଞ୍ଚେନ୍‌ ଲାମା କୁହାଯାଏ, ଯିଏ ଦଲାଇ ଲାମାଙ୍କ ପରେ ଆସିଥାନ୍ତି। ତାଙ୍କର ଚୟନ ଦଲାଇ ଲାମା କରିଥାନ୍ତି। ଦଲାଇ ଲାମାଙ୍କ ମୃତ୍ୟୁ ପରେ ପଞ୍ଚେନ ଲାମା ହିଁ ଆଗାମୀ ଦଲାଇ ଲାମାଙ୍କ ବିଷୟରେ ସମସ୍ତଙ୍କୁ ଅବଗତ କରିଥାନ୍ତି।

ଯେତେବେଳେ ଚାଇନା ତିବ୍ବତ ଉପରେ ଆକ୍ରମଣ କରିଥିଲା ସେତେବେଳେ ୧୫ତମ ଦଲାଇ ଲାମା ଭାରତ ଚାଲିଆସିଥିଲେ। ଏଠାରୁ ହିଁ ସେ ତିବ୍ବତ ସରକାର ଚଳାଇଥିଲେ। ୧୯୯୫ରେ ଯିଏ ପଞ୍ଚେନ ଲାମା ହୋଇଥିଲେ, ତାଙ୍କର ବୟସ ୮ ବର୍ଷ ଥିଲା। ସେ ତିବ୍ବତରେ ହିଁ ଥିଲେ। ପରେ ତାଙ୍କୁ ଚାଇନା ଅପହରଣ କରି ନେଇଥିଲା। ଯଦି ପଞ୍ଚେନ ଲାମା ଆଗାମୀ ଦଲାଇ ଲାମାଙ୍କୁ ବାଛି ନିଅନ୍ତି ଏବଂ ସେ ଚାଇନା ବିରୋଧରେ ହୋଇଯାଆନ୍ତି ତେବେ ତିବ୍ବତ ହାତରୁ ଚାଲିଯିବ ବୋଲି ସରକାରଙ୍କ ଡର ରହିଥିଲା। ଏବେ ଚାଇନା ନିଜେ ଜଣେ ପଞ୍ଚେନ ଲାମା ଠିକ୍‌ କରିଛି। ତାଙ୍କୁ ତିବ୍ବତ କି ଦଲାଇ ଲାମା ମାନୁ ନାହାନ୍ତି। ଏପରିକି ଚାଇନା ଦଲାଇ ଲାମାଙ୍କ ମୃତ୍ୟୁ ପରେ ନିଜର ଦଲାଇ ଲାମା ନିଯୁକ୍ତ କରିବାକୁ ଚାହୁଁଥିବା ବେଳେ ଏହାକୁ ବୌଦ୍ଧଧର୍ମାବଲମ୍ବିମାନେ ସ୍ବୀକାର କରୁ ନ ଥିବା କୁହାଯାଉଛି।

Share