୨୦୩୫ ସୁଦ୍ଧା ଚନ୍ଦ୍ରରେ ମହାକାଶ କେନ୍ଦ୍ର ନିର୍ମାଣ କରିବ ଚାଇନା

ବେଜିଂ,୧୬ା୧୦:ଚନ୍ଦ୍ରରୁ ମାଟି ନମୁନା ଆଣିବା ପରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଚାଇନା। ୨୦୫୦ ସୁଦ୍ଧା ଚାଇନା ପକ୍ଷରୁ ମାନବ ଚନ୍ଦ୍ର ମିଶନ, ଚନ୍ଦ୍ରରେ ମହାକାଶ କେନ୍ଦ୍ରର ନିର୍ମାଣ ମିଶନ, ପୃଥିବୀ ବ୍ୟତୀତ ବାସଯୋଗ୍ୟ ଗ୍ରହ ଓ ଜୀବନର ଗବେଷଣା ଆଦିକୁ କାର୍ଯ୍ୟକାରୀ କରିବା ପାଇଁ ବେଜିଂ ଘୋଷଣା କରିଛି। ମଙ୍ଗଳବାର ଚାଇନାର ସର୍ବୋଚ୍ଚ ମହାକାଶ ସଂସ୍ଥା ପକ୍ଷରୁ ମହାକାଶ ବିଜ୍ଞାନ ପାଇଁ ଦେଶର ଦୀର୍ଘକାଳୀନ ବିକାଶ କାର୍ଯ୍ୟକ୍ରମକୁ ଉନ୍ମୋଚନ କରାଯାଇଛି।
ମହାକାଶ କ୍ଷେତ୍ରରେ ଆଗାମୀ କିଛି ଦଶନ୍ଧି ମଧ୍ୟରେ ଚାଇନା ପକ୍ଷରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମିଶନକୁ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ୨୦୫୦ ପର୍ଯ୍ୟନ୍ତ ଯୋଜନା ପ୍ରସ୍ତୁତ ହୋଇଛି। ଚାଇନା ଏକାଡେମୀ ଅଫ୍‌ ସାଇନ୍ସ(ସିଏଏସ୍‌), ଚାଇନା ଜାତୀୟ ମହାକାଶ ପ୍ରଶାସନ ଓ ଚାଇନା ମ୍ୟାନ୍‌ଡ ସ୍ପେସ୍‌ ଏଜେନ୍ସି ଦ୍ୱାରା ଏକ ଖବରଦାତା ସମ୍ମିଳନୀ କରାଯାଇ ମହାକାଶ ବିଜ୍ଞାନ କ୍ଷେତ୍ରରେ ଦେଶର ଲକ୍ଷ୍ୟଗୁଡ଼ିକୁ ଦର୍ଶାଯାଇଛି, ଯେଉଁଥିରେ ୫ଟି ପ୍ରମୁଖ ବୈଜ୍ଞାନିକ ଥିମ ଅଧୀନରେ ୧୭ଟି ପ୍ରାଥମିକ କ୍ଷେତ୍ର ଏବଂ ଏକ ୩ ପର୍ଯ୍ୟାୟ ବିଶିଷ୍ଟ ରୋଡମ୍ୟାପ୍‌ ରହିଛି। ଚାଇନା ଦ୍ୱାରା ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ଚନ୍ଦ୍ର ଗବେଷଣା କେନ୍ଦ୍ରର ନିର୍ମାଣ ପ୍ରକ୍ରିୟା ଦ୍ୱିତୀୟ ପର୍ଯ୍ୟାୟରେ ୨୦୨୮ରୁ ୨୦୩୫ ମଧ୍ୟରେ କରାଯିବ ବୋଲି ସିଏଏସ୍‌ର ଉପାଧ୍ୟକ୍ଷ ଡିଙ୍ଗ୍‌ ଚିବିଆଓ କହିଛନ୍ତି। ୨୦୫୦ ପର୍ଯ୍ୟନ୍ତ ଚାଇନାରେ ମହାକାଶ ବିଜ୍ଞାନର ବିକାଶ ପାଇଁ ଏହାକୁ ରୋଡ୍‌ମ୍ୟାପ ଭାବେ ସେ ଦର୍ଶାଇଛନ୍ତି। ତେବେ ଚାଇନାର ଆଗାମୀ ମହାକାଶ ଯୋଜନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୨୦୨୭ ପର୍ଯ୍ୟନ୍ତ ଏହା ମାନବ ଚନ୍ଦ୍ର ଗବେଷଣା ପ୍ରକଳ୍ପ, ଚନ୍ଦ୍ର ଗବେଷଣା କାର୍ଯ୍ୟକ୍ରମର ଚତୁର୍ଥ ପର୍ଯ୍ୟାୟ ଏବଂ ଗ୍ରହ ଗବେଷଣା ପ୍ରକଳ୍ପ ଆଦିକୁ କାର୍ଯ୍ୟକାରୀ କରିବା ଦିଗରେ କାର୍ଯ୍ୟ କରିବ। ଯୋଜନା ଅନୁଯାୟୀ, ଦେଶର ବୈଜ୍ଞାନିକମାନେ ସୌର ପ୍ରଣାଳୀରେ ବାସଯୋଗ୍ୟ ଗ୍ରହମାନଙ୍କର ଗବେଷଣା କରିବେ ଏବଂ ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଜୀବନର ଅସ୍ତିତ୍ୱକୁ ସନ୍ଧାନ କରିବେ। ଖାସ୍‌କରି ସୌର ପ୍ରଣାଳୀର ଉତ୍ପତ୍ତି ଓ ବିବର୍ତ୍ତନ, ବିଭିନ୍ନ ଗ୍ରହର ବାୟୁମଣ୍ଡଳର ବୈଶିଷ୍ଟ୍ୟ, ଅନ୍ୟ ଗ୍ରହରେ ଜୀବନର ସନ୍ଧାନ ଆଦି କ୍ଷେତ୍ରରେ ଚାଇନା ପକ୍ଷରୁ ଆଗାମୀ ବର୍ଷମାନଙ୍କରେ ଗବେଷଣା କରାଯିବ ବୋଲି ଡିଙ୍ଗ୍‌ କହିଛନ୍ତି। ସୂଚନାଯୋଗ୍ୟ, ଚାଇନା ୨୦୨୨ରେ ନିଜସ୍ବ ମହାକାଶ କେନ୍ଦ୍ରର ନିର୍ମାଣ କରିଥିଲା, ଯାହା ସମ୍ପ୍ରତି ଅନେକ ମହାକାଶ ମିଶନକୁ ଲଞ୍ଚ୍‌ କରିବା ସହ ବୈଜ୍ଞାନିକ ଅଧ୍ୟୟନ ପାଇଁ ଚନ୍ଦ୍ରପୃଷ୍ଠରୁ ନମୁନା ସଂଗ୍ରହ କରି ପୃଥିବୀକୁ ଫେରାଇ ଆଣିବାରେ ସହାୟକ ସାବ୍ୟସ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ନିଜ ଘରେ ମୁହଁତୋଡ ଜବାବ ଦେଲେ ଜୟଶଙ୍କର: ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୧୬।୧୦: ଭାରତୀୟ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ବର୍ତ୍ତମାନ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେବା ପାଇଁ ପାକିସ୍ତାନରେ ଅଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବିବୃତ୍ତି...

ପାକିସ୍ତାନରେ ମର୍ନିଂ ଓ୍ବାକ୍‌ କଲେ ଏସ ଜୟଶଙ୍କର: ଫଟୋ ଶେୟାର କରି କହିଲେ…

ଇସଲାମାବାଦ୍‌,୧୬।୧୦: ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ (ଏସ୍‌ସିଓ)ରେ ଯୋଗଦେବା ପାଇଁ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜିକାଲି ପାକିସ୍ତାନ ଗସ୍ତରେ ଅଛନ୍ତି। ବିଭିନ୍ନ ଦେଶର...

ଶତ୍ରୁତା ପରେ ବି ପାକିସ୍ତାନରୁ ଅନେକ ଜିନିଷ କିଣୁଛି ଭାରତ, ପ୍ରତି ଘର ପାଇଁ ଆବଶ୍ୟକ…

ନୂଆଦିଲ୍ଲୀ/ଇସଲାମାବାଦ,୧୬।୧୦: ୨୦୧୯ରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ସମ୍ପର୍କ ସ୍ଥଗିତ ରହିଛି। ଅଗଷ୍ଟ ୫, ୨୦୧୯ରେ ଭାରତ ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦...

ଜୟଶଙ୍କର ପହଞ୍ଚିବାର କିଛି ଘଣ୍ଟା ବଦଳିଗଲା ପାକିସ୍ତାନର ସ୍ବର

ଇସଲାମାବାଦ୍‌,୧୬।୧୦: ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମ୍ମିଳନୀରେ ଯୋଗଦେବା ପାଇଁ ଇସ୍‌ଲାମାବାଦ ଯାଇଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ମଙ୍ଗଳବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ...

ଭାରତ ସରକାରଙ୍କ ଏଜେଣ୍ଟ ସହ ବିଷ୍ଣୋଇ ଗ୍ୟାଙ୍ଗ୍‌ ସମ୍ପୃକ୍ତ: କାନାଡା ପୋଲିସ

ଓଟ୍ଟାଓ୍ବା,୧୬ା୧୦: ଦକ୍ଷିଣ ଏସୀୟ ସମ୍ପ୍ରଦାୟ ବିଶେଷ ଭାବେ ଖଲିସ୍ତାନୀ ତତ୍ତ୍ୱଙ୍କୁ ଟାର୍ଗେଟ କରିବା ପାଇଁ ଭାରତର ସରକାରୀ ଏଜେଣ୍ଟଗୁଡ଼ିକ ଅପରାଧୀମାନଙ୍କୁ ବ୍ୟବହାର କରୁଥିବା କାନାଡା ପୋଲିସ...

ଭାରତ ଉପରେ କଟକଣା ଲଗାଇପାରେ କାନାଡା

ଓଟ୍ଟାଓ୍ବା/ନୂଆଦିଲ୍ଲୀ,୧୬ା୧୦:ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ କାନାଡା ଅଭିଯୁକ୍ତ କରିବା ପରେ ଦୁଇଦେଶ ମଧ୍ୟରେ କୂଟନୈତିକ...

ଲେବାନନ୍‌ରେ ୪ ଲକ୍ଷ ଶିଶୁ ବିସ୍ଥାପିତ

ବେରୁଟ, ୧୬।୧୦: ଗତ ୩ ସପ୍ତାହ ହେବ ଲେବାନନ୍‌ରେ ଇସ୍ରାଏଲ ଓ ଉଗ୍ରବାଦୀ ସଙ୍ଗଠନ ହେଜବୋଲ୍ଲା ମଧ୍ୟରେ ଯୁଦ୍ଧ ଯୋଗୁ ୪ ଲକ୍ଷରୁ ଅଧିକ ଶିଶୁ...

ପାକିସ୍ତାନରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ,୧୫।୧୦: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ପାକିସ୍ତାନର ଇସ୍ଲାମଵାଦରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ପାକିସ୍ତାନର ବରିଷ୍ଠ ଅଧିକାରୀ ନୁର ଖାଁ ସ୍ୱାଗତ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri