ଆଣ୍ଟର୍କଟିକାରେ ରିସର୍ଚ୍ଚ ଷ୍ଟେଶନ କରିବ ଚାଇନା!

ବେଜିଂ,୬ ।୨: ଚାଇନାର ନଜର ଏବେ ଆଣ୍ଟାର୍କଟିକା ଉପରେ । ସେଠାରେ ସେ ଗ୍ରାଉଣ୍ଟ ଷ୍ଟେଶନ ନିର୍ମାଣ କରିବାକୁ ଯାଉଛି । କାରଣ ହେଉଛି ସ୍ପେସ ମିଶନ ପାଇଁ ଏମିତି ସେଣ୍ଟର ନିର୍ମାଣ ହେବ ଯେଉଁଠାରୁ ସାଟେଲାଇଟ ଉପରେ ନଜର ରଖିବା ସହଜ ହେବ । ଆମେରିକା ଓ ସୋଭିଏତ ସଂଘ ପରେ ଚାଇନା ବିଶ୍ୱର ତୃତୀୟ ଦେଶ ଭାବେ ତା’ର ନାଗରିକଙ୍କୁ ମହାକାଶକୁ ପଠାଇଛି ।
ଆଣ୍ଟାର୍କଟିକାରେ ଚାଇନା ଯେଉଁ ଗ୍ରାଉଣ୍ଡ ଷ୍ଟେଶନ ନିର୍ମାଣ କରିବାକୁ ଚିନ୍ତା କରିଛି, ଏଥିରେ ସମୁଦ୍ର ଉପକୂଳରେ ନଜର ରଖୁଥିବା ତା’ର ସାଟେଲାଇଟର ନେଟୱର୍କକୁ ସପୋର୍ଟ ମିଳିବ । ଚାଇନାର ଲଗାତାର ବଢିଚାଲିଥିବା ଗ୍ଲୋବାଲ ଗ୍ରାଉଣ୍ଡ ଷ୍ଟେଶନ, ବହୁତ ଗୁଡିଏ ସାଟେଲାଇଟ ଓ ସ୍ପେସ ମିଶନକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡିଯାଇଛି । କାରଣ ଭାରତ, ଆମେରିକା ଭଳି ଅନେକ ଦେଶକୁ ଲାଗୁଛି କି ଚାଇନା ଏହି ସାଟେଲାଇଟ ଦ୍ୱାରା ଗୁଇନ୍ଦା କାମ କରୁଛି ।

Share