ଚାଇନାକୁ ଆସୁଥିବା ଯାତ୍ରୀଙ୍କର ଆଉ ହେବନି କୋଭିଡ୍‌ ଟେଷ୍ଟ

ବେଜିଂ,୨୮।୮: କରୋନା ମହାମାରୀ ସହ ସଂଗ୍ରାମ କରୁଥିବା ଚାଇନା ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି। ଚାଇନା ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ଯାତ୍ରୀମାନଙ୍କୁ ଦେଶରେ ପ୍ରବେଶ କରିବା ପାଇଁ କୋଭିଡ ପରୀକ୍ଷା କରିବାକୁ ପଡ଼ିବ ନାହିଁ। ଏହା ବୁଧବାର ଅର୍ଥାତ୍‌ ଅଗଷ୍ଟ ୩୦ରୁ କାର୍ଯ୍ୟକାରୀ ହେବ।

ସୂଚନା ଦେଇ ଚାଇନା ବୈଦେଶିକ ମନ୍ତ୍ରଣାଳୟ କହିଛି, ଅଗଷ୍ଟ ୩୦ରୁ ଦେଶକୁ ଆସୁଥିବା ଯାତ୍ରୀମାନଙ୍କୁ କୋଭିଡ ପାଇଁ ଆଣ୍ଟିଜେନ ପରୀକ୍ଷା ଆବଶ୍ୟକ ହେବ ନାହିଁ। ସୂଚନାଯୋଗ୍ୟ, ୨୦୨୦ଆରମ୍ଭରୁ ଚାଇନାରେ ଲାଗୁ ହୋଇଥିବା ବିଭିନ୍ନ ପ୍ରତିବନ୍ଧକକୁ ସମାପ୍ତ କରିବା ଦିଗରେ ଏହା ଏକ ପ୍ରମୁଖ ନିଷ୍ପତ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ ସୋମବାର ଏକ ସାକ୍ଷାତକାରରେ ଏହା ଘୋଷଣା କରିଛନ୍ତି।

Share