Categories: ଜାତୀୟ

ନୂଆ ଦଲାଇ ଲାମା ଚୟନରେ ହସ୍ତକ୍ଷେପ କରିବ ଚାଇନା

କୋଲକାତା,୫।୧: ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନରେ ଚାଇନା ହସ୍ତକ୍ଷେପ କରିବ। ଏଥିପାଇଁ ବେଜିଂ ୧୫ ବର୍ଷ ହେଲା ପ୍ରସ୍ତୁତି ଚଳାଇଥିବା ତିବ୍ବତ ନିର୍ବାସିତ ସରକାରର ମୁଖ୍ୟ ପେନ୍‌ପା ସେରିଙ୍ଗ କହିଛନ୍ତି। ଗଣତାନ୍ତ୍ରିକ ଉପାୟରେ ଦଲାଇଲାମାଙ୍କ ଉତ୍ତରାଧିକାରୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଉ ବୋଲି ସେରିଙ୍ଗ୍‌ଙ୍କ ପ୍ରଶାସନ ଚାହାନ୍ତି।

ପୂର୍ବରୁ ଦଲାଇଲାମା ଚୟନ କରିଥିବା ଉତ୍ତରାଧିକାରୀଙ୍କୁ ସାଧାରଣ ନଜରରୁ ହଟାଇ ଦିଆଯାଇ ଚାଇନାର କମ୍ୟୁନିଷ୍ଟ ସରକାର ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପଞ୍ଚେନ୍‌ ଲାମାଙ୍କୁ ନିଯୁକ୍ତି ଦେଇଥିଲା। ଆଗାମୀ ଦିନରେ ଏହାର ପୁନରାବୃତ୍ତି ହୋଇପାରେ ବୋଲି କୋଲକାତା ଗସ୍ତରେ ଆସିଥିବା ସେରିଙ୍ଗ୍‌ କହିଛନ୍ତି।

ଚାଇନା-ତିବ୍ବତ ବିବାଦର ସମାଧାନ ନ ହେଲେ ଦଲାଇଲାମାଙ୍କ ପରଲୋକ ପରେ ତୀବ୍ବତୀୟଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ। ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟାରେ ଚାଇନା ନିଶ୍ଚୟ ହସ୍ତକ୍ଷେପ କରିବ ବୋଲି ତିବ୍ବତ ନିର୍ବାଚିତ ସରକାରର ମୁଖ୍ୟ କହିଛନ୍ତି।

 

Share