ବେଜିଂ,୧୪।୩ : ବୁଧବାର ଠାରୁ ବିଦେଶୀମାନଙ୍କ ପାଇଁ ସମସ୍ତ ବର୍ଗର ଭିଜା ପୁଣି ପ୍ରଦାନ ଆରମ୍ଭ କରିବ ବୋଲି ଚାଇନା କହିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ତିନି ବର୍ଷ ପୂର୍ବେ ଲାଗୁ ହୋଇଥିବା ଏକ ପ୍ରତିବନ୍ଧକକୁ ଚାଇନା ଏବେ ହଟାଇବାକୁ ଯାଉଛି।
ଚାଇନା ଆମେରିକାର ୱାଶିଂଟନ ସ୍ଥିତ ନିଜ ଦୂତାବାସରୁ ଏହି ଘୋଷଣା କରିଛି। ଦୂତାବାସ ବିଜ୍ଞପ୍ତିରେ କୁହାଯାଇଛି ଯେ ନୂତନ ଯାତ୍ରା ଡକ୍ୟୁମେଣ୍ଟଗୁଡିକର ସମୀକ୍ଷା ଏବଂ ଅନୁମୋଦନ ପ୍ରକ୍ରିୟା ବର୍ତ୍ତମାନ ଆରମ୍ଭ ହେବ। ଏହା ସହିତ, ୨୮ ମାର୍ଚ୍ଚ ୨୦୨୦ ପୂର୍ବରୁ ଦିଆଯାଇଥିବା ବୈଧ ଭିଜାଧାରୀମାନଙ୍କୁ ପୁଣି ଥରେ ଚାଇନାରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ।
ମଙ୍ଗଳବାର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଚାଇନାର ଯେଉଁ ଅଞ୍ଚଳ ମହାମାରୀ ପୂର୍ବରୁ ଭିଜା ଆବଶ୍ୟକ କରୁ ନ ଥିଲେ ସେସବୁ ଅଞ୍ଚଳ ଭିଜା ମୁକ୍ତ ପ୍ରବେଶ ହେବେ। ଏଥିରେ ଦକ୍ଷିଣ ପର୍ଯ୍ୟଟନ ଦ୍ୱୀପ ହୈନାନ ଏବଂ ସାଂଘାଇ ବନ୍ଦର ଦେଇ ଯାଉଥିବା କ୍ରୁଜ ଜାହାଜ ଅନ୍ତର୍ଭୁକ୍ତ ହେବ ।
ହଂକଂ ଏବଂ ମାକାଉରୁ ଆସିଥିବା ବିଦେଶୀମାନଙ୍କ ପାଇଁ ଗୁଆଙ୍ଗଡଙ୍ଗର ଦକ୍ଷିଣ ଉତ୍ପାଦନ ହବରେ ଭିଚା ମୁକ୍ତ ପ୍ରବେଶ ମଧ୍ୟ ଆରମ୍ଭ ହେବ।