ବେଜିଂ,୧୩।୩ : କମ୍ୟୁନିଷ୍ଟ ପାର୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ କହିଛନ୍ତି ଯେ ସ୍ବାଧୀନତା ନେଇ ତାଇୱାନରେ ହେଉଥିବା ପରିବର୍ତ୍ତନକୁ ସେ ବିରୋଧ କରିବେ। ଏକ ସପ୍ତାହ ଧରି ଚାଲିଥିବା ବୈଠକ ଶେଷରେ ଜିନପିଙ୍ଗ କହିଛନ୍ତି ତାଇୱାନର ମନୋଭାବକୁ ଚାଇନା କେବେ ମଧ୍ୟ ସ୍ବୀକାର କରିବ ନାହିଁ। ଜାତୀୟ ଜନ କଂଗ୍ରେସର ବୈଠକରେ ଜିନପିଙ୍ଗ ତୃତୀୟ ଥର ପାଇଁ ଚାଇନା ରାଷ୍ଟ୍ରପତି ଭାବରେ ନିର୍ବାଚିତ ପରେ ତାଇୱାନକୁ ନେଇ ଏଭଳି ଏକ ବଡ ବିବୃତ୍ତି ଦେଇଛନ୍ତି।
ଏହାକୁ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଜିନପିଙ୍ଗଙ୍କ ମନ୍ତବ୍ୟ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।
ଜିନପିଙ୍ଗ ସୋମବାର ତାଙ୍କ ବିବୃତ୍ତିରେ ଚାଇନା ତାଇୱାନ ସହିତ ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ ଏବଂ ଶାନ୍ତିପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଥିବା ବିଷୟରେ ମଧ୍ୟ କହିଛନ୍ତି।]
ସୂଚନାଯୋଗ୍ୟ, ତାଇୱାନ ପ୍ରସଙ୍ଗରେ ଦୀର୍ଘ ଦିନ ଧରି ଚାଇନା ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଗତ ବର୍ଷ ଯେତେବେଳେ ଆମେରିକାର ପୂର୍ବତନ ସ୍ପିକର ନାନସୀ ପେଲୋସି ତାଇୱାନ ଗସ୍ତ କରିଥିଲେ, ସେତେବେଳେ ଚାଇନା ଏଥିରେ ଅତ୍ୟଧିକ କ୍ରୋଧିତ ହୋଇଥିଲା