ଶତ୍ରୁ ସୈନିକଙ୍କ ବ୍ରେନ ସହ ଖେଳିବ ଚାଇନା, ବିକଶିତ କଲା ଭୟାନକ ବ୍ରେନ ଓ୍ବେରଫେୟାର ୟୁନିଟ,ବିନା ଗୁଳିରେ ମରିବେ ଶତ୍ରୁ..

ବେଜିଂ,୨୩।୧୨ : ଶତ୍ରୁମାନଙ୍କଠାରୁ ପ୍ରତିଶୋଧ ନେବାକୁ ଚାଇନା ପ୍ରତିଦିନ ନୂଆ ପରୀକ୍ଷଣ କରୁଛି। ଏହି କ୍ରମରେ ଚାଇନେ ଏକ ବ୍ରେନ ଓ୍ବେରଫେୟାର ୟୁନିଟ ବିକଶିତ କରିଛି। ଏହା ଚାଇନାର ମାନସିକ ଯୁଦ୍ଧ ରଣନୀତିର ଏକ ଅଂଶ । ଯେଉଁଥିରେ ଶତ୍ରୁ ସୈନ୍ୟଙ୍କ ମନକୁ ନିୟନ୍ତ୍ରିତ କରାଯାଇ ଆକ୍ରମଣ କରାଯିବ। ଅନୁସନ୍ଧାନ ଗୋଷ୍ଠୀ ସିସିପି ବାୟୋଥ୍ରେଟ୍ସ ଇନିସିଏଟିଭ କହିଛି ପିପୁଲ୍ସ ଲିବରେଶନ ଆର୍ମି ନୂତନ ଜ୍ଞାନକୌଶଳ ବିକାଶ କରୁଛି। ଏଥିରେ କୃତ୍ରିମ ବୁଦ୍ଧିମତା(ଏଆଇ) ଏବଂ ସାମରିକ ବ୍ୟବହାର ପାଇଁ ମସ୍ତିଷ୍କ-କମ୍ପ୍ୟୁଟର ଇଣ୍ଟରଫେସର ବ୍ୟବହାର କରାଯାଇଛି। ବିଶ୍ଳେଷକମାନେ କହିଛନ୍ତି ଚାଇନା ସୈନ୍ୟବାହିନୀ ଏକ ନୂତନ ଅସ୍ତ୍ରଶସ୍ତ୍ର ବିକଶିତ କରୁଛନ୍ତି ଯାହା ଦ୍ୱାରା ସେମାନେ ମହଙ୍ଗା ଅସ୍ତ୍ର ନ ନେଇ ବିନା ଗୁଳିରେ ଶତ୍ରୁ ସୈନ୍ୟଙ୍କୁ ମାରି ଯୁଦ୍ଧ ଜିତିବେ।

ଅନୁସନ୍ଧାନ ଗୋଷ୍ଠୀ କହିଛି ଏହି ଅସ୍ତ୍ରଗୁଡିକ ମଧ୍ୟରୁ କେତେକ ଶତ୍ରୁକୁ ଶୋଇଦେଇ ସେମାନଙ୍କର ସତର୍କତାକୁ ଭାଙ୍ଗିବାର କ୍ଷମତା ରଖିଛି। ଏହି ଅସ୍ତ୍ରଗୁଡିକ ମଧ୍ୟରୁ ଏଭଳି କରିବା ପାଇଁ ବୈଦ୍ୟୁତିକ ଚୁମ୍ବକୀୟ ଶକ୍ତି ବ୍ୟବହାର କରାଯାଇଥାଏ।, “ସଫ୍ଟ-କିଲ ରେଡିଓ ତରଙ୍ଗ” ବ୍ୟବହାର କରି ସେମାନଙ୍କୁ ଆକର୍ଷିତ କରିବ। ଚାଇନା ନିଜ ସୈନିକମାନଙ୍କ ପାଇଁ ସତର୍କତା ବଢ଼ାଇବା ଏବଂ ଶତ୍ରୁମାନଙ୍କ ଦ୍ୱାରା ବ୍ୟବହୃତ ସମାନ ମାନସିକ ଅସ୍ତ୍ରକୁ ପ୍ରତିହତ କରିବା ଲାଗି ଏକ ନିଦ୍ରା ପ୍ରତିିରୋଧୀ ଗଗଲ୍ସ ପ୍ରସ୍ତୁତ କରିଥିବା କରିଛି। ଏହି ଗଗଲ୍ସ ପିନ୍ଧିବା ପରେ ଚାଇନା ସୈନିକମାନେ ଶୋଇବେ ନାହିଁ।

ସ୍ନାୟୁ ସମ୍ବନ୍ଧୀୟ ଅସ୍ତ୍ର ସମ୍ବନ୍ଧରେ ଚାଇନେ କମ୍ୟୁନିଷ୍ଟ ପାର୍ଟି ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଏହା ଚାଇନାର ବ୍ୟାପକ ଅସିମେଟ୍ରିକ ଯୁଦ୍ଧ ରଣନୀତିର ଏକ ଅଂଶ, ଯାହା ଶତ୍ରୁମାନଙ୍କ ଉପରେ ଏକ ରଣନୀତିକ ସୀମା ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି, ବିଶେଷକରି ଆମେରିକା, ତାଇୱାନ, ଜାପାନ, ଭାରତ ଏବଂ ଅଷ୍ଟ୍ରେଲିଆ ଭଳି ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୋଧରେ ଏହା ପ୍ରୟୋଗ କରିବାକୁ ଚାଇନା ଯୋଜନା କରିଛି। ଆମେରିକାର ବାଣିଜ୍ୟ ସଚିବ ଜିନା ରାଇମୋଣ୍ଡି କହିଛନ୍ତି ବେଜିଂ ଏହାର ନାଗରିକଙ୍କ ଉପରେ ନିୟନ୍ତ୍ରଣ ବଜାୟ ରଖିବା ପାଇଁ ମାନସିକ ଅସ୍ତ୍ର ବ୍ୟବହାର କରିବ ବୋଲି ଚିନ୍ତା କରାଯିବାର ଦୁଇ ବର୍ଷ ପରେ ଏହି ରିପୋର୍ଟ ଆସିଛି।

Share