ଅଗଷ୍ଟ ୭ ପର୍ଯ୍ୟନ୍ତ ତାଇଓ୍ବାନ ଆଖପାଖରେ କ୍ଷେପଣାସ୍ତ୍ର ଅଭ୍ୟାସ କରିବ ଚାଇନା, ପଠାଇଲା ଏସ୍‌ ୟୁ-୩୫ ବିମାନ-ଟ୍ୟାଙ୍କ…

ତାଇପେଇ/ବେଜିଂ, ୨।୮ : ଆମେରିକା ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ନେଇ ଚାଇନାରେ ଉତ୍ତେଜନା ପ୍ରକାଶ ପାଇଛି। ଚାଇନା ତାଇଓ୍ବାନ ଅଭିମୁଖେ ଏହାର ଏସ୍‌ୟୁ-୩୫ ଯୁଦ୍ଧ ବିମାନ ଏବଂ ଟ୍ୟାଙ୍କ ପଠାଇଛି। ଚାଇନା ତାଇଓ୍ବାନର ଦକ୍ଷିଣ ପଶ୍ଚିମ ଏବଂ ଦକ୍ଷିଣ ପୂର୍ବ ଅଞ୍ଚଳର ନିକଟବର୍ତ୍ତୀ ସାମୁଦ୍ରିକ କ୍ଷେତ୍ରରେ ଅଗଷ୍ଟ ୭ ପର୍ଯ୍ୟନ୍ତ ମିଳିତ ସାମରିକ ଅଭ୍ୟାସ ଅନ୍ତର୍ଗତ କ୍ଷେପଣାସ୍ତ୍ର ଅଭ୍ୟାସ କରିବ ବୋଲି ପିଏଲଏ ପକ୍ଷରୁ ଘୋଷଣା କରାଯାଇଛି।

ଏହି ଅଭ୍ୟାସ ମଙ୍ଗଳବାର ରାତିରୁ ଆରମ୍ଭ ହେବ। ଏହାକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ପେଲୋସି ମଙ୍ଗଳବାର ରାତିରେ ତାଇଓ୍ବାନରେ ରହି ବୁଧବାର ସେଠାରୁ ବିଦାୟ ନେବାର କାର୍ଯ୍ୟକ୍ରମ ରହିଛି।

Share