ପାକିସ୍ତାନକୁ ଆର୍ଥିକ ସହାୟତା, ହାଇସ୍ପିଡ ଟ୍ରେନ୍ ଟେକନିକ ଯୋଗାଇ ଦେବ ଚାଇନା

ବେଜିଂ,୩ ।୧୧: ପାକସ୍ତାନ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ବେଜିଂ ଗସ୍ତରେ ଅଛନ୍ତି । ବୁଧବାର ସେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ୍ କରିଛନ୍ତି । ଏହି ସମୟରେ ଚାଇନା ପାକିସ୍ତାନକୁ ହାଇସ୍ପିଡ ଟ୍ରେନ୍ ଟେକନିକ ଓ ଆର୍ଥିକ ସହାୟତା ଯୋଗାଇ ଦେବାକୁ କଥା ଦେଇଛି ।
ଚାଇନାର ସରକାରୀ ଏଜେନ୍ସି ସିହ୍ନୁଆର ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତି, ଚାଇନା ୬୦ ଅରବ ଡଲାରର ଚାଇନା-ପାକିସ୍ତାନ ଆର୍ଥିକ ସହାୟତା(ସିପେକ)କୁ ସମର୍ଥନ ଦେବା ଜାରି ରଖିବ । ଏହାସହ ଜିନପିଙ୍ଗ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ଆଶ୍ୱସନା ଦେଇ ପାକସ୍ତାନର ଆର୍ଥିକ ପରିସ୍ଥିତିକୁ ନେଇ ସେ ଚିନ୍ତିତ ବୋଲି କହିଛନ୍ତି । ପାକିସ୍ତାନକୁ ଆର୍ଥିକ ଭାବେ ସ୍ଥିର କରିବାକୁ ବି ଚାଇନା ସମର୍ଥନ ଦେବ ବୋଲି କହିଛି ।

Share