ଜବାବୀ କାର୍ଯ୍ୟାନୁଷ୍ଠାନ ନେବ ଚାଇନା

ବେଜିଂ,୧୬ା୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଏହି ପଦକ୍ଷେପ ପରେ ବୁଧବାର ଚାଇନା ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଇଛି। ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ହୁଆ ଚୁନିଙ୍ଗ୍‌ କହିଛନ୍ତି, ଆମେରିକା ଏହାକୁ କାର୍ଯ୍ୟକାରୀ କରିବା ଅନୁଚିତ। ନିଜ ଭୁଲ୍‌କୁ ସୁଧାରିବା ସହ ତଥାକଥିତ ହଂକଂ ଅଟୋନମି ଆକ୍ଟକୁ ପ୍ରତ୍ୟାହାର କରିବା ପାଇଁ ଆମେରିକା ପକ୍ଷଙ୍କୁ ଆମେ ଅନୁରୋଧ କରୁଛୁ। ଏହାସହ ଆମେରିକା ହଂକଂ ବ୍ୟାପାର ଓ ଚାଇନାର ଆଭ୍ୟନ୍ତରୀଣ ବ୍ୟାପାରଗୁଡ଼ିକରେ ହସ୍ତକ୍ଷେପ କରିବା ବନ୍ଦ କରୁ। ଆମେରିକାର ଏହି କାର୍ଯ୍ୟ ହଂକଂ ସ୍ବତନ୍ତ୍ର ପ୍ରଶାସନିକ କ୍ଷେତ୍ର (ଏଚ୍‌କେଏସ୍‌ଏଆର୍‌)ରେ ଜାତୀୟ ନିରାପତ୍ତାର ସୁରକ୍ଷା କ୍ଷେତ୍ରରେ ଚାଇନାର ଆଇନକୁ ବଦନାମ କରିବା ପାଇଁ ଉଦ୍ଦିଷ୍ଟ। ଆମେରିକା ଏପରି ଭୁଲ୍‌ ବାଟରେ ଚାଲିବା ବନ୍ଦ ନ କଲେ ଚାଇନା ନିଶ୍ଚିତ ଭାବେ ଜବାବୀ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଚୁନିଙ୍ଗ୍‌ ଚେତାବନୀ ଦେଇଛନ୍ତି।

Share