ଖାଇବାକୁ ମନ ହେଲା, ଏକାଥରକେ ୩୨ଲକ୍ଷ ଟଙ୍କାର ଖାଦ୍ୟ ଖାଇଲେ ମହିଳା

ବେଜିଂ,୩୦।୧୧: କିଛି ଲୋକ ଖାଇବାର ବହୁତ ଶୌକିନ ହୋଇଥାନ୍ତି। ସେମାନଙ୍କୁ ଆମେ ଫୁଡି ବୋଲି କହିଥାଉ। ବେଳେବେଳେ କିଛିଙ୍କୁ ଗୋଟିଏ ଆଇଟମର ଏପରି ଦିଓ୍ବାନା ହୋଇଯାଆନ୍ତି ଯେ ସେମାନେ ତାକୁ ବାରମ୍ବାର ଖାଇବାକୁ ପ୍ରିଫର କରିଥାଉ। ଚାଇନାର ଜଣେ ମହିଳାଙ୍କୁ ଗୋଟିଏ ଡିଶ୍‌ ଏପରି ପସନ୍ଦ ଆସିଗଲା ଯେ, ସେଥିରେ ସେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି। ମହିଳା ଜଣକ ଏହି ଡିଶ୍‌କୁ ରେଷ୍ଟୁରାଣ୍ଟରୁ ୬୨୭ଥର ଅର୍ଡର କରିଛନ୍ତି।

ସାଉଥ ଚାଇନା ମର୍ନିଙ୍ଗ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, କୋଙ୍ଗ ନାମକ ମହିଳା ହଟପଟ ନାମକ ଖାଦ୍ୟ ପ୍ରତି ତାଙ୍କର ଏପରି ଲାଳସା ବଢିଗଲା ଯେ ସେଥିପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏଥିଯୋଗୁ ତାଙ୍କର ୧୩.୫କିଲୋ ଓଜନ ବଢିଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ଗତ ନଅ ବର୍ଷରେ ନିଜ ପସନ୍ଦର ଡିଶ୍‌ ଖାଇବା ପାଇଁ ୨୭୦,୦୦୦ୟୁଆନ(୩୨ଲକ୍ଷ ଟଙ୍କା) ଖର୍ଚ୍ଚ କରିଛନ୍ତି।

ହଟପଟ ଡିଶ୍‌ ଚାଇନାର ସବୁଠାରୁ ଲୋକପ୍ରିୟ ଖାଦ୍ୟ ଭାବରେ ଅନ୍ୟତମ। ଏହାକୁ ମେଟାଲ ବାସନରେ ଗ୍ରାହକଙ୍କୁ ପରଷା ଯାଇଥାଏ। ଡିଶ୍‌ ଚାରିପଟେ ବିଭିନ୍ନ ପ୍ରକାର ଆବଶ୍ୟକ ସାମଗ୍ରୀ ରଖାଯାଇଥାଏ।

Share