ଚାଇନା ଆକାଶରେ ସଂଦିଗ୍ଧ ଉଡ଼ନ୍ତା ବସ୍ତୁ

ବେଜିଂ,୧୩।୨: ଚାଇନାର ଗୁପ୍ତଚର ବେଲୁନ ବିଷୟରେ ସାରା ବିଶ୍ୱରେ ଏକ ବିତର୍କ ଚାଲିଛ। ଏବେ ଆକାଶରେ ମଧ୍ୟ ଏକ ଉଡ଼ନ୍ତା ବସ୍ତୁ ଦେଖାଯାଇଛି। ଚାଇନା ପକ୍ଷରୁ ଏହି ଦାବି କରାଯାଇଛି। କ୍ୱିଙ୍ଗଡାଓ ସହରର ସମୁଦ୍ର ଅଞ୍ଚଳରେ ଏହି ଉଡ଼ନ୍ତା ବସ୍ତୁ ଦେଖିବାକୁ ମିଳିଛି। ଏହା ଉପରେ ତୀକ୍ଷ୍ଣ ନଜର ରଖାଯାଉଛି। ସି ଜିନପିଙ୍ଗ ପ୍ରଶାସନ ଏହାକୁ ପ୍ରସ୍ତୁତ ହେଉଛି। ଏହି ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ସୁରକ୍ଷା ପ୍ରତି ସତର୍କ ରହିବାକୁ କୁହାଯାଇଛି। କ୍ୱିଙ୍ଗଡାଓଠାରେ ଥିବା ସାମୁଦ୍ରିକ ବିକାଶ ପ୍ରାଧିକରଣର ଜଣେ ଅଧିକାରୀ କହିଛନ୍ତ, ଉଡ଼ୁଥିବା ବସ୍ତୁକୁ ଖସାଇବା ପାଇଁ ପ୍ରସ୍ତୁତି ଚାଲିଛି। ଏହାପୂର୍ବରୁ ଆମେରିକା ଏବଂ କାନାଡାର ଆକାଶରେ ଉଡ଼ନ୍ତା ବସ୍ତୁ ଦେଖିବାର ୪ଟି ମାମଲା ରିପୋର୍ଟ ହୋଇଛି। ଆମେରିକା ସେନାର ଯୁଦ୍ଧ ବିମାନ ୧୨ ଫେବୃଆରୀରେ ହୁରନ ହ୍ରଦ ଉପରେ ଏକ ଉଡ଼ନ୍ତା ବସ୍ତୁକୁ ଗୁଳି କରି ଖସାଇଥିବା ଦାବି କରିଛି।
ଫେବୃଆରୀ ୪ରେ, ଆମେରିକାର ସାମରିକ ଯୁଦ୍ଧ ବିମାନ କିଛି ଦିନ ଧରି ଆକାଶରେ ଉଡ଼ୁଥିବା ଚାଇନାର ଗୁପ୍ତଚର ବେଲୁନକୁ ଗୁଳି କରି ଖସାଇଥିଲା।

Share