ବେଜିଂ,୨୭ା୪: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଶୁକ୍ରବାର ଚାଇନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ୍ ସହ ଯୁଦ୍ଧରେ ରୁଷିଆ ସେନାକୁ ଚାଇନା ସାମରିକ ସହାୟତା ଯୋଗାଉଥିବାରୁ ଏହାକୁ ନେଇ ବ୍ଲିଙ୍କେନ୍ ଉଦ୍ବେଗ ପ୍ରକାଶ କରିଥିଲେ। ଦେଶର ଦୁଇ ବୃହତ୍ ଅର୍ଥନୀତି ମଧ୍ୟରେ ସମ୍ପର୍କରେ ଉନ୍ନତି ଦେଖାଦେଇଥିବାବେଳେ ରୁଷିଆକୁ ଚାଇନାର ସାମରିକ ସହାୟତା ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଛି। ଚାଇନାର ଶୀର୍ଷ କୂଟନୀତିଜ୍ଞ ଓ୍ବାଙ୍ଗ୍ ୟିଙ୍କ ସହ ବ୍ଲିଙ୍କେନ୍ ୫.୫ ଘଣ୍ଟା ଧରି ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ରୁଷିଆର ପ୍ରତିରକ୍ଷା ଶିଳ୍ପ ପାଇଁ ଚାଇନା ସର୍ବାଧିକ ଯନ୍ତ୍ରାଂଶ, ମାଇକ୍ରୋ ଇଲେକ୍ଟ୍ରୋନିକ୍ସ, ନାଇଟ୍ରୋସେଲୁଲୋଜ୍ ଆଦି ଯୋଗାଇ ଦେଉଛି।