ଚାଇନାର ବଡ଼ ଷଡ଼ଯନ୍ତ୍ର: ଏହି ଆପ୍‌ ଜରିଆରେ ଭାରତରୁ ଚାଇନା ନେଇଛି ୪୦୦ କୋଟି ଟଙ୍କା, ଇଡି କହିଲା…

ନୂଆଦିଲ୍ଲୀ,୨୬ା୯: ଅନ୍‌ଲାଇନ୍‌ ଗେମିଂ ଆପ୍‌ ବିରୋଧରେ ଏନ୍‌ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍‌(ଇଡି) କଡ଼ା ପଦକ୍ଷେପ ଗ୍ରହଣ କରିଛି। ଇଡି ପ୍ରାୟ ୨୫ କୋଟି ଟଙ୍କା ଜବତ କରିଛି। ଚାଇନାର  FIEWIN ଗେମିଂ ଆପ୍‌ ବିରୋଧରେ ଇଡି ଏହି ପଦକ୍ଷେପ ନେଇଛି। ଏହା ବ୍ୟତୀତ ଏନ୍‌ଫୋର୍ସମେଣ୍ଟ ଇଡି ମଧ୍ୟ ଚାଇନାର ନାଗରିକଙ୍କ କ୍ରିପ୍ଟୋ ଆକାଉଣ୍ଟକୁ ବ୍ଲକ୍‌ କରିଦେଇଛି।

ଏହି ଗେମିଂ ଆପ୍‌ ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡ଼ିତ ଥିବା ଅଭିଯୋଗ ହୋଇଛି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଏହି ଗେମିଂ ଆପ୍‌ ମାଧ୍ୟମରେ ଭାରତରୁ ଚାଇନାକୁ ୪୦୦ କୋଟି ଟଙ୍କା ପଠାଯାଇଛି। ବର୍ତ୍ତମାନ ଇଡି ମଧ୍ୟ ମନି ଲଣ୍ଡରିଂର ଏକ ଟ୍ରେଲ୍‌ ଖୋଜିବାକୁ ଚେଷ୍ଟା କରୁଛି।

ପ୍ରଥମଥର ପାଇଁ ଇଡି ଏହି ଅନ୍‌ଲାଇନ୍‌ ଗେମିଂ ଆପ୍‌ର ଚାଇନାର ନାଗରିକଙ୍କ କ୍ରିପ୍ଟୋ ଆକାଉଣ୍ଟକୁ ଜବତ କରିଛି। ଚାଇନାର ନାଗରିକଙ୍କ ୩ଟି କ୍ରିପ୍ଟୋ ଆକାଉଣ୍ଟ ଜବତ କରିଛି ଇଡି। ଇଡି ଏହାର ଅନୁସନ୍ଧାନରେ କହିଛି ଯେ, ଏହି ଗେମିଂ ଆପ୍‌ ଜରିଆରେ ଭାରତରୁ ୪୦୦ କୋଟି ଟଙ୍କା ଚାଇନାରେ ପହଞ୍ଚିଛି।

ଏହି ମାମଲାରେ ଇଡି ୪ ଜଣ ଭାରତୀୟ ନାଗରିକଙ୍କୁ ମଧ୍ୟ ଗିରଫ କରିଛି। ଇଡି ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଏହି ଗେମିଂ ଆପ୍‌ ମାଧ୍ୟମରେ ଚାଇନାର ମୂଳ ନାଗରିକମାନେ ଭାରତରେ ଏକ ବଡ଼ ଷଡ଼ଯନ୍ତ୍ର ସୃଷ୍ଟି କରିଛନ୍ତି ଏବଂ ପ୍ରାୟ ୪୦୦ କୋଟି ଟଙ୍କା ରୋଜଗାର କରିଛନ୍ତି। ଖେଳ ଜରିଆରେ ଭାରତର ଅର୍ଥନୀତିକୁ ଦୁର୍ବଳ କରିବା ପାଇଁ ଚାଇନା ଏକ ବଡ଼ ଷଡ଼ଯନ୍ତ୍ର କରିଥିଲା।

ସୂଚନାଯୋଗ୍ୟ, ନିକଟରେ ଇଡି ଦେଶର ଅନେକ ସ୍ଥାନରେ ଏହି ଗେମିଂ ଆପ୍‌ ବିରୋଧରେ ଚଢ଼ାଉ କରିଥିଲା। ଏହି ଅବଧି ମଧ୍ୟରେ ଇଡି ଅନେକ ଭାରତୀୟ ନାଗରିକଙ୍କୁ ମଧ୍ୟ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ପଚରାଉଚରାବେଳେ କହିଥିଲେ ଯେ, ଏହି ଖେଳ ମାଧ୍ୟମରେ ଭାରତରୁ ୪୦୦ କାଟି ଟଙ୍କା ଚାଇନା ପଠାଯାଇଛି। ଏହି ଠକେଇରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଥିଲା ଇଡି। ଗେମିଂ ଆପ୍‌ ଜରିଆରେ ମାଧ୍ୟମରେ ଠକେଇ ଏବଂ ଷଡ଼ଯନ୍ତ୍ର ପାଇଁ ବିଭିନ୍ନ ଧାରାରେ କୋଲକାତାର କୋସିପୁର ଥାନାରେ ଏକ ମାମଲା ରୁଜୁ ବି ହୋଇଥିଲା।

Share