ଚନ୍ଦ୍ର ଅଭିମୁଖେ ଚାଇନାର ଚାଙ୍ଗ’ଇ-୬: ଦକ୍ଷିଣ ମେରୁରୁ ଶିଳା ଆଣିବ

ନୂଆଦିଲ୍ଲୀ,୩ା୫: ଚନ୍ଦ୍ରର ଦକ୍ଷିଣ ମେରୁରୁ ଶିଳା ଓ ମୃତ୍ତିକା ସଂଗ୍ରହ କରି ଆଣିବା ପାଇଁ ଚାଇନା ଏହାର ମହାକାଶ ଯାନ ଚାଙ୍ଗ’ଇ-୬କୁ ଶୁକ୍ରବାର ଲଞ୍ଚ୍‌ କରିଛି। ଓ୍ବେନ୍‌ଚାଙ୍ଗ ସାଟେଲାଇଟ୍‌ ଲଞ୍ଚ୍‌ ସେଣ୍ଟରରୁ ଲଙ୍ଗ ମାର୍ଚ୍ଚ-୫ ରକେଟ ସହାୟତାରେ ଏହି ମହାକାଶ ଯାନକୁ ଚନ୍ଦ୍ର ଅଭିମୁଖେ ଉତ୍‌କ୍ଷେପଣ କରାଯାଇଛି।

ଚନ୍ଦ୍ର ଦକ୍ଷିଣ ମେରୁରୁ ମୃତ୍ତିକା ସଂଗ୍ରହ କରି ଆଣିବାରେ ଏହା ବିଶ୍ୱର ପ୍ରଥମ ମିଶନ ହେବାକୁ ଯାଉଛି। ଉକ୍ତ ମୃତ୍ତିକା ଓ ଶିଳା ନମୁନା ଚନ୍ଦ୍ର ପୃଷ୍ଠଭାଗର ଗଠନ ସମ୍ପର୍କରେ ମୂଲ୍ୟବାନ ତଥ୍ୟ ଦେଇପାରିବ ବୋଲି କୁହାଯାଉଛି। ଚାଙ୍ଗ’ଇ-୬ ଚନ୍ଦ୍ର ଦକ୍ଷିଣ ମେରୁ-ଐଟକେନ୍‌ (ଏସ୍‌ପିଏ) ବେସିନ୍‌ ଅନ୍ତର୍ଗତ ଆପୋଲୋ ଗର୍ତ୍ତ ନିକଟରେ ଅବତରଣ କରିବାକୁ ଲକ୍ଷ୍ୟ ରଖିଛି। ଉକ୍ତ ପୁରାତନ ବେସିନ୍‌ ଉପରେ ପଡ଼ିଥିବା ବଡ଼ ପ୍ରଭାବରୁ ଚନ୍ଦ୍ରର ଗଠନ ସମ୍ପର୍କରେ ମୂଲ୍ୟବାନ ତଥ୍ୟ ମିଳିପାରେ ବୋଲି କୁହାଯାଉଛି।

 

Share