ଚାଇନାର ଚିନ୍ତା ବଢ଼ିଲା, ବିବାହ ପାଇଁ ଅମଙ୍ଗ ଯୁବବର୍ଗ…

ବେଜିଂ,୧।୩ : ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ଯୁବବର୍ଗ ଏବେ ବିବାହ କରିବାକୁ ଅମଙ୍ଗ ହେଉଛନ୍ତି। ଫଳରେ ମାନବ ସମ୍ବଳ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶରେ ବିବାହ ପଞ୍ଜିକରଣ ସଂଖ୍ୟାରେ ହ୍ରାସ ହେବା ସହିତ ଜନ୍ମ ହାର କମିବାରେ ଲାଗିଛି। ଜନ୍ମହାର ସର୍ବକାଳୀନ ରେକର୍ଡସ୍ତରରେ ପହଞ୍ଚିଛି। ମିଡିଆ ରିପୋର୍ଟ ଅନୁଯାୟୀ, ୨୦୧୯ ତୁଳନାରେ ଚାଇନାରେ ବିବାହ ପଞ୍ଜିକରଣର ଗ୍ରାଫ ୨୦୨୦ର ପ୍ରଥମ ତ୍ରୟମାସରେ ୧୭.୫ ପ୍ରତିଶତ ହ୍ରାସ ପାଇଛି।

ଜିଆଙ୍ଗସୁ ପ୍ରଦେଶରେ ବିବାହ ସଂଖ୍ୟା କ୍ରମାଗତ ପଞ୍ଚମ ବର୍ଷ ପାଇଁ ହ୍ରାସ ପାଇଥିବାବେଳେ ଜେଜିଆଙ୍ଗ ପ୍ରଦେଶର ରାଜଧାନୀ ହାଙ୍ଗଜୋ ସହରରେ ୨୦୨୧ରେ ପଞ୍ଜିକୃତ ହୋଇଥିବା ବିବାହ ସଂଖ୍ୟା ତୁଳନାରେ ଚଳିତ ୨୦୨୨ ବର୍ଷରେ ଏହି ସଂଖ୍ୟା ୮୦ ପ୍ରତିଶତ ହ୍ରାସ ପାଇଛି।

ଚାଇନାରେ ବିବାହିତ ଦମ୍ପତିଙ୍କ ମଧ୍ୟରେ ୪୬.୫ ପ୍ରତିଶତଙ୍କର ବୟସ ୩୦ ବର୍ଷରୁ ଅଧିକ। କିଛି ଦଶନ୍ଧି ଧରି ଏକ ଶିଶୁଜନ୍ମ ନୀତିର କଠୋର ନିୟମ ଯୋଗୁଁ, ଚାଇନାରେ ଜନ୍ମ ହାର ତୀବ୍ର ହ୍ରାସ ପାଇଛି ଏବଂ ଏହା ସର୍ବନିମ୍ନ ହାର ୭.୫୨ କୁ ଖସି ଆସିଛି। ଏହି ସଂଖ୍ୟା ଚାଇନାର ନ୍ୟାଶନାଲ ପରିସଂଖ୍ୟାନ ବ୍ୟୁରୋ ପକ୍ଷରୁ ପ୍ରଦାନ କରାଯାଇଛି। ବିଗତ ଦିନରେ ଜନ୍ମ ହାର ହ୍ରାସ ପାଇଁ ଚାଇନା ସରକାର ଗତ କିଛି ବର୍ଷ ମଧ୍ୟରେ ବହୁ ଉଦ୍ୟମ କରିଛନ୍ତି।

ତେବେ ଏବେ ଜନସଂଖ୍ୟା କମୁଥିବାରୁ ସରକାରୀ ନୀତିକୁ କୋହଳ କରାଯାଇଛି। ଗର୍ଭପାତ ଉପରେ ମଧ୍ୟ ନିଷେଧାଦେଶ ଜାରି ହୋଇଛି। ଚାଇନା ସରକାର ଏବେ ଏକ ଶିଶୁ ନୀତି ପ୍ରତ୍ୟାହାର କରିବାର ଯୋଜନା କରୁଛନ୍ତି।

Share