ନୂଆଦିଲ୍ଲୀ, ୬।୧୨: ଭାରତ ସହିତ ଚାଇନା ସୀମା ବିବାଦ ବଢ଼ାଇବାରେ ଲାଗିଛି। ଭାରତର ଜମିକୁ ଜୋର୍ ଜବରଦସ୍ତ ନିଜର ବୋଲି କହି ଚାଇନା ଅରୁଣାଚଳ ସୀମାରେ ୩ ଗାଁ ସ୍ଥାପନ କରିଛି। ବୁମ୍ ଲା ଗରିପଥଠାରୁ ଗାଁ ଗୁଡ଼ିକ ୫ କିଲୋମିଟର ମଧ୍ୟରେ ରହିଥିବା ଜଣାପଡ଼ିଛି। ପଶ୍ଚିମ ଅରୁଣାଚଳ ପ୍ରଦେଶ ନିକଟରେ ଥିବା ଭାରତ-ଚାଇନା-ଭୁଟାନ ଟ୍ରାଇ ଜଙ୍କସନ୍ଠାରେ ଗାଁ ଗୁଡ଼ିକ ରହିଛି। ଉପଗ୍ରହରୁ ମିଳିଥିବା ନୂଆ ଚିତ୍ର ଅନୁସାରେ ଡୋକଲାମଠାରୁ ଗାଁ ଗୁଡ଼ିକ ପ୍ରାୟ ୭ କିଲୋମିଟର ଦୂରେ ରହିଛି। ପୂର୍ବ ଲଦାଖରେ ୧୯୬୨ରେ ଭାରତୀୟ ସେନା ଏବଂ ଚାଇନା ସୈନ୍ୟ ମୁହାଁମୁହିଁ ହୋଇଥିବା ଅଞ୍ଚଳରେ ଗାଁ ଗୁଡ଼ିକ ଥିଲା ବୋଲି ଚାଇନା ଦାବି କରିଛି। ତେବେ ଏଭଳି କରି ଚାଇନା ଧୀରେଧୀରେ ଭାରତୀୟ ସୀମା ଭିତରକୁ ପଶି ଆସିବାର ଷଡ଼ଯନ୍ତ୍ର ରଚିଥିବା କୁହାଯାଉଛି।