ନୂଆଦିଲ୍ଲୀ, ୬।୩: ଶନିବାର ଚାଇନା ନିଜ ପ୍ରତିରକ୍ଷା ବଜେଟରେ ୭.୧% ବୃଦ୍ଧି କରିଛି। ଫଳସ୍ବରୂପ ଗତବର୍ଷ ଚାଇନାର ପ୍ରତିରକ୍ଷା ବଜେଟ ୨୦୯ ବିଲିୟନ ଡଲାର ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ମୋଟ୍ ପ୍ରତିରକ୍ଷା ବଜେଟ ୨୩୦ ବିଲିୟନ୍ ଡଲାରରେ ପହଞ୍ଚିଛି। ଏହି ଅର୍ଥ ପରିମାଣ ଭାରତର ପ୍ରତିରକ୍ଷା ବଜେଟର ୩ ଗୁଣା। ଚାଇନା ଅଧିକାରୀଙ୍କ କହିବା ଅନୁସାରେ, ଚାଇନା ଦେଶର ସେନାକୁ ପ୍ରଶିକ୍ଷିତ କରାଇବା ଦିଗରେ ଅଧିକ ଧ୍ୟାନ ଦେଉଛି।