ନୌସେନା କମାଣ୍ଡର ହେଲେ ଚାଇନା ପ୍ରତିରକ୍ଷା ମନ୍ତ୍ରୀ

ବେଜିଂ,୩୦।୧୨(ପି.ଟି.): ଚାଇନାର ନୌସେନା କମାଣ୍ଡର ଜେନେରାଲ ଡଙ୍ଗ୍‌ ଜୁନ୍‌ଙ୍କୁ ଶୁକ୍ରବାର ଦେଶର ନୂଆ ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତ କରାଯାଇଛି। ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଲି ଶାଙ୍ଗ୍‌ଫୁ କୌଣସି ସ୍ପଷ୍ଟୀକରଣ ନ ଦେଇ ଦୁଇମାସ ଅନୁପସ୍ଥିତ ରହିବାରୁ ଗତ ଅକ୍ଟୋବରରେ ଚାଇନାର ନ୍ୟାଶନାଲ ପିପୁଲ୍ସ କଂଗ୍ରେସ (ଏନ୍‌ପିସି) ତାଙ୍କୁ ବହିଷ୍କାର କରିଥିଲା। ପିପୁଲ୍ସ ଲିବରେଶନ ଆର୍ମି ନୌସେନାର କମାଣ୍ଡର ଡଙ୍ଗ୍‌ଙ୍କୁ ଏନ୍‌ପିସି ଷ୍ଟାଣ୍ଡିଂ କମିଟି ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତ କରିବା ପରେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଏହାକୁ ଅନୁମୋଦନ କରିଛନ୍ତି। ଡଙ୍ଗ ନୌସେନାର ସମସ୍ତ ବଡ଼ ଡିଭିଜନରେ କାମ କରିଆସିଛନ୍ତି। କମାଣ୍ଡର ହେବା ପୂର୍ବରୁ ସେ ନର୍ଦର୍ନ ସି ଫ୍ଲିଟ୍‌ରେ ନିୟୋଜିତ ଥିଲେ।

Share