Advertisement

ଚାଇନାର ବିସ୍ତାରବାଦୀ ନୀତି ଦକ୍ଷିଣ ଚାଇନା ସାଗର ପର୍ଯ୍ୟନ୍ତ ସୀମିତ ନୁହେଁ, ତାଇଓ୍ବାନର ଅଭିଯୋଗ…

ନୂଆଦିଲ୍ଲୀ, ୨୦।୮ : ଚାଇନାର ବିସ୍ତାରାଦୀ ନୀତି ନେଇ ତାଇଓ୍ବାନ ପୁଣିଥରେ ଚାଇନାକୁ ଟାର୍ଗେଟ କରିଛି। ତାଇଓ୍ବାନ ବୈଦେଶିକ ମନ୍ତ୍ରୀ ଯୋଶେଫ ଓ୍ବୁ ଶନିବାର ଅଭିଯୋଗ କରିଛନ୍ତି ଯେ, ଚାଇନାର ବିସ୍ତାରବାଦୀ ନୀତି କେବଳ ଦକ୍ଷିଣ ଚାଇନା ସାଗର ପର୍ଯ୍ୟନ୍ତ ସୀମିତ ନୁହେଁ। ଏସିଆ ଏବଂ ଏସିଆ ବାହାରେ ମଧ୍ୟ ଚାଇନା ଏହି ନୀତି ଜାରି ରଖିଛି।

ଚାଇନାର ଏଭଳି କାର୍ଯ୍ୟ ଯୋଗୁ ଗଣତନ୍ତ୍ର ଉପରେ ସଙ୍କଟ ସୃଷ୍ଟି ହୋଇଥିବା ସେ କହିଛନ୍ତି। ଶ୍ରୀଲଙ୍କା ଉପରେ ଋଣ ଜାଲ ବିଛାଇ ଚାଇନା ସେଠାରେ ଆର୍ଥିକ ସଙ୍କଟ ଉତ୍ପନ୍ନ କରିଥିବା ସେ ଅଭିଯୋଗ ଆଣିଛନ୍ତି। ସୋଲେମନ ଦ୍ୱୀପରେ ବୃଦ୍ଧି ପାଉଥିବା ଚାଇନାର ଦଖଲ ଦେଇ ଅଷ୍ଟ୍ରେଲିଆ ମଧ୍ୟ ଚିନ୍ତା ପ୍ରକଟ କରିଥିବା ଯୋଶେଫ କହିଛନ୍ତି। ଜିବୁତିରେ ମଧ୍ୟ ଚାଇନା ନିଜର ପ୍ରଭାବ ବିସ୍ତାର ଜାରି ରଖିଥିବା ସେ କହିଛନ୍ତି।

ତାଇଓ୍ବାନ ସହିତ ଜାପାନ ଛିଡ଼ା ହୋଇଥିବାରୁ ସେ ଜାପାନ ସରକାରଙ୍କୁ ପ୍ରଶଂସା କରିବା ସହିତ ଭାରତ ସରକାରଙ୍କ ସହାୟତା କାମନା କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share