ତାଇଓ୍ବାନର ୭୮୬ ଶହ କୋଟି ଡଲାର ଉଦ୍ୟୋଗ ଉପରେ ଚାଇନାର ନଜର…

ବେଜିଂ, ୪।୮ : ଆମେରିକାର ସିନେଟ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତକୁ ନେଇ ଚାଇନା କ୍ରୋଧିତ ହୋଇଛି। ୨୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆମେରିକାର ଜଣେ ବଡ ରାଜନେତା ତାଇୱାନରେ ପହଞ୍ଚିଛନ୍ତି। ଏହା ବିରୋଧରେ ବେଜିଂ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଧମକ ଦେଇଥିଲା। ବାସ୍ତବରେ ଆମେରିକା ତାଇୱାନ ମାଧ୍ୟମରେ ଚାଇନା ଏକଚାଟିଆ ଉଦ୍ୟମକୁ ବନ୍ଦ କରିବାକୁ ଚାହୁଁଛି।

ବେଜିଂ ଦକ୍ଷ ତାଇୱାନ ଶିଳ୍ପଗୁଡିକୁ ହାତେଇବାକୁ ଚେଷ୍ଟା କରୁଛି। ଚାଇନଠାରୁ ତାଇଓ୍ବାନର ଦୂରତା ପ୍ରାୟ ୧୬୦ କିଲୋମିଟର। ଏହାର ଜନସଂଖ୍ୟା ୨୩ ନିୟୁତ। ଉଭୟଙ୍କ ମଧ୍ୟରେ ବିବାଦ ୧୯୪୯ ଗୃହଯୁଦ୍ଧରୁ ଆରମ୍ଭ ହୋଇଥିଲା। ତାଇୱାନ ସେତେବେଳେ ଚାଇନା ଠାରୁ ଅଲଗା ହୋଇଥିଲା, କିନ୍ତୁ ବେଜିଂ ଏହାକୁ ନିଜ ପ୍ରଦେଶ ଭାବରେ ଯୋଡିବାକୁ ଚାହୁଁଛି। ଏଥି ସହିତ ତାଇୱାନ ନିଜକୁ ଏକ ସ୍ବାଧୀନ ଦେଶ ଘୋଷଣା କରିଛି।

ତାଇୱାନର ଅର୍ଥନୀତି ବିଶ୍ୱ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଫୋନ, ଲାପଟପ, ଗେମିଂ ଆଦି ଇଲେକ୍ଟ୍ରୋନିକ ଡିଭାଇସ ପର୍ଯ୍ୟନ୍ତ ସେଠାରେ ତିଆରି କରାଯାଏ। ଯାନ ଏବଂ ଯନ୍ତ୍ରପାତିରେ ବ୍ୟବହୃତ ସେମିକଣ୍ଡକ୍ଟର ଉତ୍ପାଦିତ ହୁଏ। ଯାହା କରୋନା ଅବଧିରେ ଅଭାବ ଥିଲା। ସେତେବେଳେ ସମଗ୍ର ବିଶ୍ୱରେ ଅଟୋ ସେକ୍ଟରର କାରବାର ବନ୍ଦ ହୋଇଯାଇଥିଲା।

ତାଇୱାନ ସେମିକଣ୍ଡକ୍ଟର ଉତ୍ପାଦନକାରୀ କମ୍ପାନୀ ବିଶ୍ୱର ଅଧାରୁ ଅଧିକ ନିୟନ୍ତ୍ରଣ କରିଥାଏ। ଆପଲ, କ୍ୱାଲକମ ଏବଂ ଏନଓ୍ବିଡିଆ ପ୍ରମୁଖ ଏହାୀ ବଡ଼ କ୍ରେତା। ତାଇୱାନ ୭୮୬ ଶହ କୋଟି ଡଲାର ମୂଲ୍ୟର ସାମଗ୍ରୀ ଉତ୍ପାଦନ କରିବା ସହିତ ସେବା ଯୋଗାଇ ଦେଇଥାଏ। ସେଥିମଧ୍ୟରୁ ଚିପ୍‌ ଇଣ୍ଡଷ୍ଟ୍ରିର ଅବଦାନ ୧୦୦ ବିଲିୟନ ଡଲାର ରହିଛି । ତେଣୁ ଏହି ଛୋଟ ଦେଶ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି। ଚାଇନା ତାଇଓ୍ବାନର ୭୮୬ ଶହ କୋଟି ଡଲାର ଉଦ୍ୟୋଗ ଉପରେ ନଜର ରଖିଛି। ତେଣୁ ତାଇଓ୍ବାନ ସହିତ ଆମେରିକାର ବନ୍ଧୁତ୍ୱ ଚାଇନା ସହ୍ୟ କରିପାରୁ ନାହିଁ।

Share