ଚାଇନାର ବୈଦେଶିକ ମନ୍ତ୍ରୀ ନିଖୋଜ!

ବେଜିଂ,୧୮।୭: ଚାଇନାର ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗ (୫୭) ଗତ ତିନି ସପ୍ତାହ ହେବ ସେ କୌଣସି ସର୍ବସାଧାରଣରେ ଦେଖା ଦେଇନାହାଁନ୍ତି। ଏହାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ସେ ନିଖୋଜ ଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସରକାରଙ୍କ ପକ୍ଷରୁ ସେ ଅସୁସ୍ଥ ଥିବା କୁହାଯାଉଛି। କିନ୍ତୁ ସେ ଚିକିତ୍ସିତ ହେଉଥିବା କି ଅସୁସ୍ଥ ଥିବା କୌଣସି ଫଟୋ ଏପର୍ଯ୍ୟନ୍ତ ବାହରକୁ ଆସିନାହିଁ। ଆମେରିକାର ରାଷ୍ଟ୍ରଦୂତ ଭାବରେ କିଛି ସମୟ ରହିବା ପରେ ଡିସେମ୍ବର ମାସରେ କିନ ବୈଦେଶିକ ମନ୍ତ୍ରୀ ଭାବରେ ପଦୋନ୍ନତି ପାଇଥିଲେ।
ଗ୍ୟାଙ୍ଗ ଜଣେ ବୃତ୍ତିଗତ କୂଟନୀତିଜ୍ଞ ଏବଂ ଚାଇନାନେତା ସି ଜିନପିଙ୍ଗଙ୍କ ଜଣେ ବିଶ୍ୱସ୍ତ ସହାୟକ ଭାବରେ ବିବେଚନା କରାଯାଏ। ଆମେରିକାର ଉପରେ ଚାଇନାର ଗୁପ୍ତଚର ବେଲୁନ ସନ୍ଦେହରେ ବୈଦେଶିକ ମନ୍ତ୍ରୀ ଭାବରେ କିନଙ୍କୁ ୱାଶିଂଟନ ପକ୍ଷରୁ ତାଗିଦ କରାଯାଇଥିଲା। ଏହା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଯଥେଷ୍ଟ ଖରାପ ହୋଇଯାଇଥିଲା। ଉଭୟ ପକ୍ଷର ତିକ୍ତ ସମ୍ପର୍କକୁ ସୁଦୃଢ କରିବା ପାଇଁ ଉଦ୍ୟମରେ ସେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲେ।

Share