ଚାଇନାର ମୃତ୍ୟୁର ଖେଳ, ଯୁଦ୍ଧକ୍ଷେତ୍ରରେ କେହି ବି ରହିବେନି ଜୀବିତ…

ବେଜିଂ,୧୯।୯ : ସମଗ୍ର ବିଶ୍ୱରେ ବିଭିନ୍ନ ଦେଶର ସରକାର ଏବଂ ସୈନ୍ୟମାନେ ଚାଇନାର ଶସ୍ତା ଯୁଦ୍ଧ ଡ୍ରୋନ ସଂଗ୍ରହ କରୁଛନ୍ତି। ଏହା ସହିତ ଏହି ଡ୍ରୋନଗୁଡ଼ିକୁ ଯୁଦ୍ଧକ୍ଷେତ୍ରରେ ନିୟୋଜିତ କରାଯାଉଛି। ଏହି କାରଣରୁ, ବହୁ ପରିମାଣରେ ଲୋକଙ୍କୁ ହତ୍ୟା କରିବାର ସମ୍ଭାବନା ଅଛି। ରିପୋର୍ଟ ଅନୁଯାୟୀ, ଏସୀୟ ସୁପର ପାୱାର ଚାଇନା ସାଉଦି ଆରବରୁ ମ୍ୟାନମାର ଏବଂ ଇରାକରୁ ଇଥିଓପିଆ ପର୍ଯ୍ୟନ୍ତ ବିଶ୍ୱର କର୍ତ୍ତୃପକ୍ଷଙ୍କୁ ଏଆଇ ସଜ୍ଜିତ ଯୁଦ୍ଧ ଡ୍ରୋନ ବିକ୍ରି କରୁଥିବା ଜଣାଯାଇଛି।

କିନ୍ତୁ ମଧ୍ୟ ପୂର୍ବ ଏବଂ ଏହାର ଆଖପାଖରେ ଅଲ ଜଜିରା ରିପୋର୍ଟ କରିଛି ଏହା ଦ୍ୱାରା ଯୁଦ୍ଧକ୍ଷେତ୍ରରେ କେହି ବି ଜୀବିତ ରହିବେନି। ପ୍ରତ୍ୟେକ ଲୋକଙ୍କୁ ହତ୍ୟା କରାଯିବାର ଆଶଙ୍କା ରହିଛି। ନିକଟରେ ସାଉଦି ନେତୃତ୍ୱାଧୀନ ମିଳିତ ମଞ୍ଚ ଏକ ଭୟଙ୍କର ଏୟାର ଷ୍ଟାଇକ ଅଭିଯାନ ଆରମ୍ଭ କରିଥିଲା। ୟେମେନକୁ ଡ୍ରୋନ ପଠାଯାଇଥିଲା। ଯେଉଁଥିରେ ଗତ ଆଠ ବର୍ଷ ମଧ୍ୟରେ ୭୮ ହଜାରରୁ ଅଧିକ ୟେମେନ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।

ଚଳିତ ବର୍ଷ ଜାନୁଆରୀ ସୁଦ୍ଧା ଇରାକରେ ଚାଇନାର ଡ୍ରୋନ ୨୦୧୮ ମଧ୍ୟଭାଗରୁ ଆଇଏସ ଟାର୍ଗେଟରେ ୨୬୦ରୁ ଅଧିକ ଏୟାର ଷ୍ଟ୍ରାଇକ କରିଥିଲା। ଅଲ ଜଜିରା ଅନୁଯାୟୀ ଏହାର ସଫଳତା ହାର ପ୍ରାୟ ୧୦୦ ପ୍ରତିଶତ ଥିଲା। ଅଷ୍ଟ୍ରେଲିଆର ଏନଏସଡବ୍ଲୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଟୋବି ୱାଲଶଙ୍କ ଅନୁସାରେ ସେମାନଙ୍କର ଶକ୍ତି ଅତ୍ୟଧିକ ମହତ୍ତ୍ୱପୂର୍ଣ୍ଣ ଅଟେ ଏବଂ ମନ୍ଦ ଶକ୍ତିମାନେ ଏହାର ଫାଇଦା ନେଇପାରନ୍ତି।

ଆମେରିକାର ପୂର୍ବତନ ପ୍ରତିରକ୍ଷା ସଚିବ ମାର୍କ ଏସପର୍‌ କହିଛନ୍ତି ଚାଇନା ଡ୍ରୋନ ବିକ୍ରି କରୁଛି ଯାହା ଦ୍ୱାରା କିଏ ବଞ୍ଚିବ କିମ୍ବା ମରିବ ତାହା ସ୍ଥିର କରିବାକୁ ଯୋଜନା କରାଯାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଏକ ଆଲୋଚନାଚକ୍ରରେ ସେ କହିଛନ୍ତି, ଚାଇନା ସରକାର ନିଜର କେତେକ ଉନ୍ନତ ସାମରିକ ଡ୍ରୋନ ମଧ୍ୟ ପୂର୍ବରେ ରପ୍ତାନି କରୀଛନ୍ତି।

Share