ତିବ୍ଦତରେ ଚାଇନାର ଭିତ୍ତିଭୂମି ପ୍ରକଳ୍ପ ଯୋଜନା ସ୍ଥାନୀୟ ଲୋକଙ୍କ ଚିନ୍ତା ବଢାଇଛି

ନୂଆଦିଲ୍ଲୀ,୧୨।୭: ଚାଇନା ତିବ୍ଦତ ଅଞ୍ଚଳରେ ବଢୁଥିବା ଜନସଂଖ୍ୟାରେ ପରିବର୍ତ୍ତନ ଆଣିବାକୁ ଚାହୁଁଛିି। ଏହି ବିବାଦୀୟ ଅଞ୍ଚଳରେ ଭିତ୍ତିଭୂମିର ନିବେଶ କରିବା ସହ ସହରୀକରଣ କରୁଛି। ନିକଟରେ ଚାଇନା ଚେଙ୍ଗଦୁ ଏବଂ ଲାସାକୁ ସଂଯୋଗ କରୁଥିବା ସ୍ନୋ ମାଉଣ୍ଟେନ ରେଳ ଟନେଲ ପ୍ରକଳ୍ପକୁ ଶେଷ କରିଛି। ଏହି ପ୍ରକଳ୍ପ ନଅ ବର୍ଷ ପରେ ଗତ ସପ୍ତାହରେ ଶେଷ ହୋଇଛି। ଚାଇନାର ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ଏହାକୁ ପ୍ରକଳ୍ପକୁ “ରଣନୀତିକ ରେଳ ନେଟୱାର୍କ ନିର୍ମାଣର ଏକ ମାଇଲଖୁଣ୍ଟ” ବୋଲି ବର୍ଣ୍ଣନା କରିଛି।

୧୯୯୦ ଦଶକରୁ ତିବ୍ଦତର ଭିତ୍ତିଭୂମି ପାଇଁ ଚାଇନାର କମ୍ୟୁନିଷ୍ଟ ପାର୍ଟି ସରକାର ବିଶେଷ ଭାବରେ ରେଳ, ସଡ଼କ ଏବଂ ବିମାନବନ୍ଦର ଭଳି ସଂଯୋଗ ପ୍ରକଳ୍ପରେ ବିପୁଳ ପରିମାଣର ଅର୍ଥ ବିନିଯୋଗ କରୁଛନ୍ତି। ଏହା ବ୍ୟତୀତ ଚାଇନା ସରକାର ଜଳ ବିଦ୍ୟୁତ ପ୍ରକଳ୍ପ, ସହରୀକରଣ, ଖଣି, ପର୍ଯ୍ୟଟନ, ସାମରିକ ଏବଂ ସରକାରୀ ଭିତ୍ତିଭୂମିରେ ବିନିଯୋଗ କରିଛନ୍ତି। ଚାଇନା ଏହି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିରେ ପୁଞ୍ଜି ବିନିଯୋଗ କରି ତିବ୍ଦତ ଉପରେ ନିୟନ୍ତ୍ରଣ ବଢାଉଥିବା ଦେଖିବାକୁ ମିଳୁଛି।

Share