ଚାଇନାର ବଢ଼ିଲା ଅଡୁଆ: ସୁରକ୍ଷା ପରିଷଦରେ କୋଣଠେସା କରିବାକୁ ଯୋଜନା…

ବେଜିଂ,୨୩।୧ : ଚାଇନାରେ ମାନବିକ ଅଧିକାରର ଉଲ୍ଲଂଘନ ପ୍ରସଙ୍ଗରେ ଜାତିସଂଘରେ ଚାଇନାକୁ କୋଣଠେସା କରିବାକୁ ପ୍ରସ୍ତୁତି ଚାଲିଛି। ବାସ୍ତବରେ, ସମ୍ପ୍ରତି ମିଳିତ ଜାତିସଂଘ ମାନବ ଅଧିକାର ପରିଷଦରେ ୟୁନିଭର୍ସାଲ ପେରିଓଡିକ ରିଭ୍ୟୁ (ୟୁପିଆର) ୱାର୍କିଂ ଗ୍ରୁପର ଚତୁର୍ଥ ଅଧିବେଶନ ଚାଲିଛି। ଏହି ଅଧିବେଶନ ୨ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଚାଇନା ମାନବିକ ଅଧିକାର ରେକର୍ଡ ବିଶ୍ୱ ସଂସ୍ଥାରେ ଅନ୍ତର୍ଜାତୀୟ ଯାଞ୍ଚର ସମ୍ମୁଖୀନ ହୋଇଛି। ବିଶ୍ଳେଷକମାନେ କହିଛନ୍ତି ୟୁନିଭର୍ସାଲ ପିରିୟଡିକ ରିଭ୍ୟୁର ବର୍ତ୍ତମାନର ଅଧିବେଶନରେ ଜାତିସଂଘ ମାନବ ଅଧିକାର ପରିଷଦର ସଦସ୍ୟମାନେ ଏହାର ମାନବିକ ଅଧିକାର ପାଇଁ ଚାଇନାକୁ ଉତ୍ତରଦାୟୀ କରିପାରନ୍ତି।

ସୂଚନାଯୋଗ୍ୟ ମିଳିତ ଜାତିସଂଘ ମାନବ ଅଧିକାର ପରିଷଦ ଅଧୀନରେ ସମୟାନୁସାରେ ୟୁନିଭର୍ସାଲ ପିରିୟଡିକ ରିଭ୍ୟୁ କରାଯାଏ । ଏଥିରେ ମାନବ ଅଧିକାର ପରିଷଦର ସଦସ୍ୟ ଦେଶ ମାନବ ଅଧିକାର ସମ୍ବନ୍ଧରେ ପରସ୍ପରକୁ ସମୀକ୍ଷା କରନ୍ତି। ଏଥିସହ ମାନବିକ ଅଧିକାରର ବାଧ୍ୟତାମୂଳକତା ଏବଂ ପ୍ରତିବଦ୍ଧତାକୁ ମଧ୍ୟ ମୂଲ୍ୟାଙ୍କନ କରାଯାଏ। ଏହା ବ୍ୟତୀତ ସମୀକ୍ଷକ ଦେଶମାନେ ମଧ୍ୟ ସେମାନଙ୍କର ସୁପାରିଶ କରନ୍ତି। ଏହାପୂର୍ବରୁ ଏହି ସମୀକ୍ଷା ଅଧିବେଶନ ଗତ ନଭେମ୍ବର ୨୦୧୮ ରେ ଆୟୋଜିତ ହୋଇଥିଲା । ମିଳିତ ଜାତିସଂଘ କମିଟି ପ୍ରକାଶ କରିବାର କିଛି ମାସ ପରେ ଉଇଗର ମୁସଲମାନମାନଙ୍କ ଉପରେ ଅତ୍ୟାଚାର ପାଇଁ ଚାଲିଥିବା ଡିଟେନଶନ ସେଣ୍ଟରକୁ ନେଇ ଚାଇନା ବିଭିନ୍ନ ଦେଶ ଦ୍ୱାରା ସମାଲୋଚିତ ହୋଇଥିଲା।

ନଭେମ୍ବର ୨୦୧୮ ରେ ଅନୁଷ୍ଠିତ ତୃତୀୟ ୟୁପିଆର ସମୟରେ ମାନବ ଅଧିକାର ପରିଷଦର ୧୫୦ ସଦସ୍ୟ ଦେଶ ଚାଇନାକୁ ୩୪୬ ଟି ସୁପାରିଶ କରିଥିଲେ। ସେଥିମଧ୍ୟରୁ ୨୮୪ କୁ ମଧ୍ୟ ଗ୍ରହଣ କରାଯାଇଥିଲା। ସେପ୍ଟେମ୍ବର ୨୦୨୨ ରେ ମାନବ ଅଧିକାର ପରିଷଦରେ ଜିନଜିଆଙ୍ଗର ପରିସ୍ଥିତି ଉପରେ ବିତର୍କ ପରେ ଚାଇନା ରେକର୍ଡକୁ ଏହି ଅଧିବେଶନରେ ଖୋଲାଖୋଲି ଆଲୋଚନା କରାଯାଇପାରିବ। ଏହା ପରଠାରୁ ଏହା ପ୍ରଥମ ୟୁପିଆର ଅଧିବେଶନ ଅଟେ। ଉଇଗୁର୍‌ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ବିରୋଧରେ ବେଜିଂର କାର୍ଯ୍ୟକଳାପ ମାନବିକତା ବିରୁଦ୍ଧରେ ଅପରାଧ ହୋଇପାରେ। ଏହି ପରିସ୍ଥିତିକୁ ଦମନ କରିବା ପାଇଁ ଚାଇନା କୂଟନୈତିକ ସ୍ତରରେ ନିରନ୍ତର ପ୍ରୟାସ ଜାରି ରଖିଛି।

Share