Categories: ଜାତୀୟ

ଚାଇନାର ଦାଦାଗିରି: ପୂର୍ବ ଲଦାଖରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ

ଲଦାଖ, ୩୧।୮: ସୀମାରେ ଚାଇନା ପୁଣି ଦାଦାଗିରି ଆରମ୍ଭ କରିଛି। ପୂର୍ବ ଲଦାଖର ପଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରେ ଥିବା ଚୁଶୁଲଠାରେ ଚାଇନା ସୈନ୍ୟ ଭାରତ ସୀମାକୁ ଶନିବାର ବିଳମ୍ବିତ ରାତ୍ରରେ ଅନୁପ୍ରବେଶ କରୁଥିଲେ। ତେବେ ଏହାକୁ ଭାରତୀୟ ଯବାନମାନେ ପଣ୍ଡ କରିଛନ୍ତି। ଏନେଇ ଭାରତୀୟ ସେନା ପ୍ରବକ୍ତା କଲୋନେଲ ଅମନ ଆନନ୍ଦ ସୂଚନା ଦେଇଛନ୍ତି। ପଙ୍ଗୋଙ୍ଗ୍‌ ହ୍ରଦର ଦକ୍ଷିଣ ତଟବର୍ତ୍ତୀ ଅଞ୍ଚଳରେ ଚାଇନା ସୈନ୍ୟ ବିଭାଗ ପକ୍ଷରୁ ଜାଣିଶୁଣି ଏଭଳି କରାଯାଇଛି। ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଜାରି ରହିଥିବାବେଳେ ଚାଇନା ସୈନ୍ୟ ବିଭାଗ ଏହାର ଉଲ୍ଲଂଘନ କରୁଥିବା ଅମନ ଆନନ୍ଦ କହିଛନ୍ତି। ଭାରତୀୟ ସୀମାରେ ଜମିର ସ୍ଥିତିକୁ ପରିବର୍ତ୍ତନ ପାଇଁ ଚାଇନା ସୈନ୍ୟଙ୍କ ଉଦ୍ୟମକୁ ଭାରତୀୟ ଯବାନମାନେ ଅସଫଳ କରି ଦେଇଥିବା ସେ ପ୍ରକାଶ କରିଛନ୍ତି।

Share