ମହାକାଶରୁ ୯୦ ଦିନ ପରେ ଫେରିଲେ

ବେଜିଂ,୧୭।୯: ଦୀର୍ଘ ୯୦ ଦିନ ଧରି ଚାଇନାର ପ୍ରଥମ ସ୍ପେସ୍‌ ଷ୍ଟେଶନରେ ରହିବା ପରେ ପୃଥ୍‌ବୀ ପୃଷ୍ଠକୁ ଫେରିଛି ୩ ଜଣିଆ ଚାଇନିଜ ମହାକାଶଚାରୀ ଦଳ। ଏହା ଚାଇନାର ଦୀର୍ଘତମ ମିଶନ। ନି ହେସେଙ୍ଗ, ଲିୟୁ ବମିଙ୍ଗ ଓ ଟାଙ୍ଗ ହଙ୍ଗବୋ ମହାକାଶଯାନ ‘ଶେନଝୁ-୧୨’ରେ ଶୁକ୍ରବାର ଅପରାହ୍ନ ୧ଟା ୩୦ରେ ଅବତରଣ କରିଥିଲେ। ସେମାନେ ଗୁରୁବାର ସକାଳେ ସ୍ପେସ୍‌ ଷ୍ଟେଶନରୁ ବାହାରିଥିଲେ।

ଗବି ମରୁଭୂମିରେ ପାରାଚ୍ୟୁଟ ଜରିଆରେ ଶେନଝୁ-୧୨ ଅବତରଣ କରିଥିଲା। କିଛି ମିନିଟ୍‌ ପରେ ଅବତରଣ ସ୍ଥାନରେ ଉପସ୍ଥିତ ଟେକନିସିଆନମାନେ କ୍ୟାପଶୁଲ ଖୋଲିବା ପରେ ୩ ମହାକାଶଚାରୀ ବାହାରକୁ ଆସିଥିବା ଚାଇନାର ଗଣମାଧ୍ୟମ ପକ୍ଷରୁ କୁହାଯାଇଛି।

Share