ଚାଇନାର ଚନ୍ଦ୍ର ଅଭିଯାନ

”ଚାଇନାର ଚଳିତ ଚେଙ୍ଗ’ଇ ୬ ଅଭିଯାନ ଚନ୍ଦ୍ରପୃଷ୍ଠରୁ ପ୍ରାୟ ୨ କି.ଗ୍ରା. ଓଜନର ମାଟି ସଂଗ୍ରହ କରି ପୃଥିବୀକୁ ଆଣିବ ବୋଲି ଲକ୍ଷ୍ୟ ରଖାଯାଇଛି। ଚାଇନା ଚନ୍ଦ୍ରର ଦୂରତମ ପାର୍ଶ୍ୱକୁ ସର୍ବପ୍ରଥମେ ୨୦୧୯ ମସିହାରେ ନିଜର ପ୍ରଥମ ଅଭିଯାନ ଚେଙ୍ଗ’ଇ ୪ ପ୍ରେରଣ କରିଥିଲା। ଏଥିରୁ ଏକ ଅବତରକ ଯାନ ବା ଲ୍ୟାଣ୍ଡର ଅଲଗା ହୋଇ ସଫଳତାର ସହିତ ଚନ୍ଦ୍ରର ଦୂରତମ ପାର୍ଶ୍ୱରେ ଅବତରଣ କରିଥିଲା। ଚନ୍ଦ୍ରର ଦୂରତମ ପାର୍ଶ୍ୱରେ ଏକ ଯାନକୁ ସଫଳତାର ସହିତ ଅବତରଣ କରାଇବାରେ ଚାଇନା ଥିଲା ବିଶ୍ୱର ସର୍ବପ୍ରଥମ ରାଷ୍ଟ୍ର। ଏହି ଯାନରୁ ବାହାରି ଏକ ରୋବୋଟ (ନାମ : ୟୁତି-୨) ଚନ୍ଦ୍ରପୃଷ୍ଠରେ ବିଚରଣ ପୂର୍ବକ ଅନୁଧ୍ୟାନ କରିଥିଲା। ସେବେଠାରୁ ଏହି ରୋବୋଟ ଚନ୍ଦ୍ରର ଦୂରତମ ପାର୍ଶ୍ୱରେ ଚନ୍ଦ୍ରପୃଷ୍ଠରେ କାର୍ଯ୍ୟରତ ବିଶ୍ୱର ସବୁଠାରୁ ଦୀର୍ଘସ୍ଥାୟୀ ରୋବୋଟ ରୂପେ ସକ୍ରିୟ ଅଛି।“

ଆମର ପଡ଼ୋଶୀ ଦେଶ ଚାଇନା ଗତ ମେ ୩ ତାରିଖରେ ଚନ୍ଦ୍ର ଅଭିମୁଖେ ଏକ ଅଭିଯାନ ପ୍ରେରଣ କରିଛି। ଏହା ଚନ୍ଦ୍ରର ଦୂରତମ ପାର୍ଶ୍ୱରେ ଅବତରଣ ପୂର୍ବକ ଚନ୍ଦ୍ରପୃଷ୍ଠରୁ କିଛି ମାଟି ସଂଗ୍ରହ କରି ପୃଥିବୀକୁ ଫେରାଇ ଆଣିବାର ଆଶା ରଖିଛି। ଏହି ଅଭିଯାନର ନାମ ଚେଙ୍ଗ’ଇ ୬। ଏହି ଅଭିଯାନକୁ ହୈନାନ ଦ୍ବୀପର ୱେଞ୍ଚାଙ୍ଗ ଅନ୍ତରୀକ୍ଷ କେନ୍ଦ୍ରରୁ ‘ଲାଙ୍ଗ ମାର୍ଚ୍ଚ ୫ ରକେଟ’ ଜରିଆରେ ଉତକ୍ଷେପଣ କରାଯାଇଛି। ଏହି ଅଭିଯାନ ସଫଳ ହେଲେ ଆମେରିକା, ରୁଷିଆ ଓ ଭାରତକୁ ପଛରେ ପକାଇ ଚନ୍ଦ୍ରର ଦୂରତମ ପାର୍ଶ୍ୱରେ ଅବତରଣ କରି ପୃଥିବୀକୁ ନମୁନା ଫେରାଇ ଆଣିବାରେ ଚାଇନା ବିଶ୍ୱର ପ୍ରଥମ ରାଷ୍ଟ୍ର ରୂପେ ପରିଗଣିତ ହେବ। ଚାଇନା ଆଗାମୀ ୨୦୩୦ ମସିହା ସୁଦ୍ଧା ଚନ୍ଦ୍ରକୁ ମଣିଷ ପଠାଇ ଚନ୍ଦ୍ରର ଦକ୍ଷିଣ ମେରୁଠାରେ ଏକ ସ୍ଥାୟୀ ଘାଟି ନିର୍ମାଣ କରିବାର ଯୋଜନା ରଖିଛି। ଚାଇନାର ଏହି ଚଳିତ ଅଭିଯାନ ସେହି ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟର ଏକ ଅଂଶବିଶେଷ ବୋଲି ଜଣାପଡ଼ିଛି।
ଏପର୍ଯ୍ୟନ୍ତ ଦୁନିଆର ସମସ୍ତ ୧୦ଟି ଚନ୍ଦ୍ର ଅଭିଯାନ ଚନ୍ଦ୍ରର ନିକଟତମ ପାର୍ଶ୍ୱକୁ ଲକ୍ଷ୍ୟ କରି କରାଯାଇଛି; ଅର୍ଥାତ ଚନ୍ଦ୍ରର ଦୂରତମ ପାର୍ଶ୍ୱ ଅଭିମୁଖେ କୌଣସି ସଫଳ ଅଭିଯାନ ପ୍ରେରଣ କରାଯାଇ ପାରିନାହିଁ। ଚନ୍ଦ୍ରର ଏହି ରହସ୍ୟମୟ ପାଶ୍ୱର୍ର୍ ସର୍ବଦା ପୃଥିବୀଠାରୁ ଦୂରରେ ରହିଥାଏ। ଏହାକୁ ମଧ୍ୟ ଚନ୍ଦ୍ରର ‘ଅନ୍ଧକାରାଚ୍ଛନ୍ନ’ ପାଶ୍ୱର୍ର୍ କହନ୍ତି। ଏହାର ଅର୍ଥ ନୁହେଁ ଯେ, ଏହି ପାର୍ଶ୍ୱ ସଦାସର୍ବଦା ଅନ୍ଧକାରମୟ ରହିଥାଏ; ବରଂ ଏହି ପାର୍ଶ୍ୱ ସର୍ବଦା ଆମଠାରୁ ଦୂରରେ ରହିଥିବା ହେତୁ ସେ ସମ୍ପର୍କରେ ଆମର ସୀମିତ ଜ୍ଞାନ ଦୃଷ୍ଟିରୁ ଏହାର ଏପରି ନାମକରଣ କରାଯାଇଛି।
ଚେଙ୍ଗ’ଇ ୬ ଚନ୍ଦ୍ରର ସବୁଠାରୁ ପୁରାତନ ଗହ୍ବର ସାଉଥ ଏଟକିନ ବେସିନଠାରେ ଅବତରଣ କରିବ। ଏହି ଗହ୍ବରର ଓସାର ୨୫୦୦ କି.ମି. ଓ ବୟସ ୪୦୦ କୋଟି ବର୍ଷ। ସୁତରାଂ ଚାଇନାର ଏହି ଅଭିଯାନର ବୈଜ୍ଞାନିକ ଦୃଷ୍ଟିକୋଣରୁ ଯଥେଷ୍ଟ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଚାଇନାର ଏହି ଅଭିଯାନରେ ନିଜସ୍ବ ଉପକରଣ ବ୍ୟତୀତ ଅନ୍ୟାନ୍ୟ କିଛି ରାଷ୍ଟ୍ର ଯେପରି ପାକିସ୍ତାନ, ଫ୍ରାନ୍ସ, ଇଟାଲୀ ଏବଂ ୟୁରୋପୀୟ ସମୂହର ଭାର ମଧ୍ୟ ସ୍ଥାନିତ ଅଛି।
ଚେଙ୍ଗ’ଇ ୬ ଗତ ୨୦୨୦ ମସିହାରେ ପ୍ରେରଣ କରା ଯାଇଥିବା ଚେଙ୍ଗ’ଇ ୫ ଅଭିଯାନର ଏକ ସହାୟକ ଉପକ୍ରମ, ଯାହା ଚନ୍ଦ୍ରପୃଷ୍ଠରୁ ୧.୭ କି.ଗ୍ରା. ଓଜନର ମାଟି ଓ ପଥର ପୃଥିବୀକୁ ସଫଳତାର ସହିତ ଆଣି ପାରିଥିଲା। ଚାଇନାର ଚଳିତ ଚେଙ୍ଗ’ଇ ୬ ଅଭିଯାନ ଚନ୍ଦ୍ରପୃଷ୍ଠରୁ ପ୍ରାୟ ୨ କି.ଗ୍ରା. ଓଜନର ମାଟି ସଂଗ୍ରହ କରି ପୃଥିବୀକୁ ଆଣିବ ବୋଲି ଲକ୍ଷ୍ୟ ରଖାଯାଇଛି। ଚାଇନା ଚନ୍ଦ୍ରର ଦୂରତମ ପାର୍ଶ୍ୱକୁ ସର୍ବପ୍ରଥମେ ୨୦୧୯ ମସିହାରେ ନିଜର ପ୍ରଥମ ଅଭିଯାନ ଚେଙ୍ଗ’ଇ ୪ ପ୍ରେରଣ କରିଥିଲା। ଏଥିରୁ ଏକ ଅବତରକ ଯାନ ବା ଲ୍ୟାଣ୍ଡର ଅଲଗା ହୋଇ ସଫଳତାର ସହିତ ଚନ୍ଦ୍ରର ଦୂରତମ ପାର୍ଶ୍ୱରେ ଅବତରଣ କରିଥିଲା। ଚନ୍ଦ୍ରର ଦୂରତମ ପାର୍ଶ୍ୱରେ ଏକ ଯାନକୁ ସଫଳତାର ସହିତ ଅବତରଣ କରାଇବାରେ ଚାଇନା ଥିଲା ବିଶ୍ୱର ସର୍ବପ୍ରଥମ ରାଷ୍ଟ୍ର। ଏହି ଯାନରୁ ବାହାରି ଏକ ରୋବୋଟ (ନାମ : ୟୁତି-୨) ଚନ୍ଦ୍ରପୃଷ୍ଠରେ ବିଚରଣ ପୂର୍ବକ ଅନୁଧ୍ୟାନ କରିଥିଲା। ସେବେଠାରୁ ଏହି ରୋବୋଟ ଚନ୍ଦ୍ରର ଦୂରତମ ପାର୍ଶ୍ୱରେ ଚନ୍ଦ୍ରପୃଷ୍ଠରେ କାର୍ଯ୍ୟରତ ବିଶ୍ୱର ସବୁଠାରୁ ଦୀର୍ଘସ୍ଥାୟୀ ରୋବୋଟ ରୂପେ ସକ୍ରିୟ ଅଛି। ତେବେ ପ୍ରଶ୍ନ ଉଠେ: କୋଟି କୋଟି ଟଙ୍କା ବିନିମୟରେ ଚନ୍ଦ୍ର ପ୍ରତି ଚାଇନାର ଏଭଳି ଦୁର୍ବାର ଆକର୍ଷଣ କାହିଁକି?
ସୂଚନାଯୋଗ୍ୟ ଯେ, ଚନ୍ଦ୍ରର ପୃଷ୍ଠ ଅନେକ ଉଲ୍‌କାପାତ ଆଘାତ ଜନିତ ଗହ୍ବରରେ ପରିପୂର୍ଣ୍ଣ। ସେଥିରୁ କିଛି ଗହ୍ବର ଏତେ ଗଭୀର ଯେ ସେଗୁଡ଼ିକର ତଳ ସ୍ଥାୟୀ ରୂପେ ଅନ୍ଧକାରାଚ୍ଛନ୍ନ ଥାଏ, ଯେଉଁଠି ସୂର୍ଯ୍ୟାଲୋକ ଏପର୍ଯ୍ୟନ୍ତ ପ୍ରବେଶ କରିପାରି ନାହିଁ। ଏହା ସେଭଳି କିଛି ଗଭୀର ଗହ୍ବର ତଳରୁ ବରଫ ଓ ମାଟି ସଂଗ୍ରହ କରିବ। ସେସବୁର ବୈଜ୍ଞାନିକ ବିଶ୍ଳେଷଣ ଦ୍ୱାରା ଆମ ସୌରଜଗତର ଗଠନ, ଅଭ୍ୟୁଦୟ ତଥା ବୟସ ଭଳି ବହୁ ଅସମାହିତ ରହସ୍ୟର ଉନ୍ମୋଚନ କରିହେବ।
ସମ୍ପ୍ରତି ପରିବେଶୀୟ ପ୍ରଦୂଷଣ ତଥା ଜଳବାୟୁ ପରିବର୍ତ୍ତନଜନିତ କାରଣରୁ ଆମର ସୁନ୍ଦର ଗ୍ରହ ପୃଥିବୀ ଏବେ ଅବକ୍ଷୟମୁଖୀ ଓ ଧ୍ୱଂସପଥର ଯାତ୍ରୀ। ଏହି ଧାରା ଅବ୍ୟାହତ ରହିଲେ ଦିନ ଅସିବ, ଆମର ପୃଥିବୀ ଆଉ ଜୀବନୋପଯୋଗୀ ହୋଇ ରହିବ ନାହିଁ। ସୁତରାଂ ଏହି ବିଶାଳ ବିଶ୍ୱରେ ମନୁଷ୍ୟଜାତିକୁ ବଞ୍ଚାଇ ରଖିବାକୁ ହେଲେ ଆମକୁ ପୃଥିବୀ ଛାଡ଼ି ଅନ୍ୟ ଗ୍ରହ ଗ୍ରହାନ୍ତରରେ ସୁରକ୍ଷିତ ରାଇଜର ସନ୍ଧାନ କରିବାକୁ ପଡ଼ିବ। ଆଉ ସେ କ୍ଷେତ୍ରରେ, ଆମର ପଡ଼ୋଶୀ ଚନ୍ଦ୍ର ହେବ ଆମର ସର୍ବପ୍ରଥମ ଲକ୍ଷ୍ୟସ୍ଥଳୀ। ଦିନ ଆସିବ, ଯେବେ ପୃଥିବୀରୁ ନିୟମିତ ସଟଲ ଯାନମାନ ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ ଏବଂ ସେଥିରେ ବସି ଦଳଦଳ ପୁରୁଷ ଓ ସ୍ତ୍ରୀ ଚନ୍ଦ୍ର ଯାତ୍ରା କରି ଜହ୍ନ ରାଇଜରେ ନିଜର ଘରସଂସାର କରିିବେ। ପୁଣି ମଙ୍ଗଳ ଭଳି ବାସୋପଯୋଗୀ ସୌରଜଗତର ଅନ୍ୟ ଗ୍ରହମାନଙ୍କୁ ସହଜରେ ଏବଂ ସ୍ବଳ୍ପ ଖର୍ଚ୍ଚରେ ଯାତ୍ରା କରିବାକୁ ହେଲେ ଚନ୍ଦ୍ର ମନୁଷ୍ୟ ପାଇଁ ଏକ ମଧ୍ୟବର୍ତ୍ତୀ ସୋପାନ ହେବ। ଚନ୍ଦ୍ର ମଧ୍ୟ ଯେକୌଣସି ଦେଶ ପାଇଁ ଅର୍ଥନୈତିକ ତଥା ସାମରିକ ଦୃଷ୍ଟିକୋଣରୁ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଚନ୍ଦ୍ରରେ ବିଭିନ୍ନ ବିରଳ ଖଣିଜ ଯଥା ସିଲିକନ, ମାଙ୍ଗାନିଜ, ଟାଇଟାନିୟମର ପ୍ରଚୁର ଭଣ୍ଡାର ଗଚ୍ଛିତ ଅଛି। ଏସବୁକୁ ଉତ୍ତୋଳନ କରି ରାଷ୍ଟ୍ରୀୟ ପ୍ରଗତି ନିମନ୍ତେ ପୃଥିବୀକୁ ସଫଳତାର ସହିତ ଆଣିବା ଉଦ୍ଦେଶ୍ୟରେ ଏହି ଚନ୍ଦ୍ର ସମ୍ପଦ ଉପରେ ଅଧିକାଂଶ ଦେଶର ଲୋଲୁପ ଦୃଷ୍ଟି ରହିଛି। ପୁନଶ୍ଚ, ଚନ୍ଦ୍ରରେ ଏକ ସାମରିକ ଘାଟି ସ୍ଥାପନ କରି ଅନ୍ତରୀକ୍ଷରୁ ସମରସଜ୍ଜା ପ୍ରସ୍ତୁତ କରିହେବ, ଯାହା ଯେକୌଣସି ଦେଶ ପାଇଁ ସମରରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ।
ଚାଇନା ଆଗାମୀ ଦିନରେ ନିଜର ଆର୍ଥିକ ଓ ସାମରିକ ବିକାଶ ଦୃଷ୍ଟିକୋଣକୁ ଆଖି ଆଗରେ ରଖି ଚନ୍ଦ୍ରପୃଷ୍ଠରେ ଏକ ସ୍ଥାୟୀ ଘାଟି ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି। ଚାଇନାର ସଦ୍ୟତମ ଚେଙ୍ଗ’ଇ ୬ ତଥା ସମୁଦାୟ ଚେଙ୍ଗ’ଇ ସିରିଜ ଚନ୍ଦ୍ର ଅଭିଯାନ ଡ୍ରାଗନ ରାଷ୍ଟ୍ରର ସେହି ସୁଦୂର ଓ ଦୁର୍ବାର ଲକ୍ଷ୍ୟକୁ ବାସ୍ତବରେ ରୂପାୟିତ କରିବା ଉଦ୍ୟମରେ ଏକ ପଦକ୍ଷେପ ମାତ୍ର।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ସୁଖ-ସମୃଦ୍ଧି ସହ ଏସବୁ ସମସ୍ୟାରୁ ମୁକ୍ତି ଦିଏ ଲୁଣ, ଜାଣନ୍ତୁ କ’ଣ କୁହେ ବାସ୍ତୁ…

ଲୁଣକୁ କେବଳ ଖାଦ୍ୟରେ ବ୍ୟବହାର କରାଯାଏ ତାହା ନୁହେଁ, ସୁଖ-ସମୃଦ୍ଧି ବୃଦ୍ଧି ହେଉ ଅବା ଶରୀରର ଥକାପଣକୁ ଦୂର କରିବାରେ ବି ଏହାର ଥାଏ ଅନେକ...

କେବଳ ଘରର ସୌନ୍ଦର୍ଯ୍ୟ ନୁହେଁ, ଐଶ୍ୱର୍ଯ୍ୟ ବୃଦ୍ଧି କରେ ଏସବୁ ଇଣ୍ଡୋର୍‌ ପ୍ଲାଣ୍ଟ, ଜାଣନ୍ତୁ…

ଇଣ୍ଡୋର୍‌ ପ୍ଲାଣ୍ଟ କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରେନାହିଁ ଘର ପରିବେଶକୁ ବିଶୁଦ୍ଧ କରିବା ସହ ଘରେ ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ କରିଥାଏ। ତେବେ ଏମିତି...

ଘରକୁ ନାଶ କରିଦେବ ଏହି ଗଛର ଛାଇ, ସାଜିପାରେ ଅକାଳ ମୃତ୍ୟୁର କାରଣ

ବେଳେବେଳେ ଘର ନିର୍ମାଣ କରିବା ସମୟରେ ଆମ ଚାରିପାଖରେ ଉପସ୍ଥିତ ଜିନିଷ ପ୍ରତି ଧ୍ୟାନ ଦେଇନଥାଉ । ଏହି କାରଣରୁ,ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ...

ଧନଠାରୁ ଅଧିକ ମୂଲ୍ୟବାନ ଏହି ୩ ଜିନିଷ; ଟଙ୍କା ପଛରେ ଦୌଡ଼ି କେବେ ହରାନ୍ତୁ ନାହିଁ

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନରେ ସବୁଠାରୁ ଅଧିକ ମହତ୍ୱ ଧନର ରହିଛି। ଚାଣକ୍ୟ କୁହନ୍ତି ଟଙ୍କା ଥିଲେ ବ୍ୟକ୍ତି ନିଜର ଆବଶ୍ୟକତା ଅନୁସାରେ ପ୍ରତ୍ୟେକଟି ଜିନିଷ...

ଲେମ୍ବୁର ଉପକାରିତା ବିଷୟରେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ ଲେମ୍ବୁର ବ୍ୟବହାର ବିଭିନ୍ନ ପୂଜା, ଦେବ କାର୍ଯ୍ୟ, ନୂତନ ବାସଗୃହରେ ପ୍ରବେଶ ବେଳେ, ଯାନବାହନ ଆଦିର ପୂଜା ତଥା ଯେ କୌଣସି ଶୁଭାଶୁଭ ପୂଜା...

ଓଜନ ବଢାଏ ଏହି ଖରାପ ଅଭ୍ୟାସ

ନିଶାଦ୍ରବ୍ୟ ସେବନ ଏଭଳି ଏକ ଖରାପ ଅଭ୍ୟାସ ଯାହା ଅଯଥାରେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। କେବଳ ସେତିକି ନୁହେଁ, ଏଥିପାଇଁ ଅକାଳ...

ଆଲର୍ଜି ସମସ୍ୟା ଥିଲେ..ଆପଣାନ୍ତୁ ଏହି ଟିପ୍ସ

ଭିଟାମିନ୍‌-ଇ ଆମ ଶରୀର ପାଇଁ ବେଶ୍‌ ଲାଭପ୍ରଦ। ବିଶେଷ ଭାବରେ ଏଥିରେ ତତ୍ତ୍ୱ ରହିଛି ଯାହା ଆଲର୍ଜି ଭଳି ସମସ୍ୟାରୁ କେତେକାଂଶରେ ରକ୍ଷା କରିଥାଏ। କେବଳ...

ଦୀର୍ଘାୟୁ ହେବାର ସହଜ ଉପାୟ

ଦୀର୍ଘାୟୁ ହେବାକୁ କିଏ ବା ନ ଚାହେଁ? ହେଲେ କେବଳ କହିଦେଲେ ତ ହେବ ନାହିଁ ଏଥିପାଇଁ କେତୋଟି ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri