Categories: ଜାତୀୟ

ଚାଇନାର ଦାଦାଗିରି: ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ନିର୍ମାଣ କରୁଛି ରେଳ ଲାଇନ୍‌

ନୂଆଦିଲ୍ଲୀ,୨।୧୧: ଏଲ୍‌ଏସିରେ ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଥିବା ଚାଇନା ଦାଦାଗିରି ଆରମ୍ଭ କରିଛି। ଭାରତର ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଚାଇନା ସିଚୁଆନ୍‌-ତିବ୍ବତ ରେଳ ଲାଇନ୍‌ ନିର୍ମାଣ କରିବାକୁ ଯୋଜନା କରିଛି। ଏହାର ଲମ୍ବ ୧୦୧୧ କିଲୋମିଟର ହେବ। ଏହାର ନିର୍ମାଣ ପାଇଁ ୪ ହଜାର ୭୮୦ କୋଟି ଡଲାର ଖର୍ଚ୍ଚ ହେବ ବୋଲି ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ୍‌ ପକ୍ଷରୁ କୁହାଯାଇଛି। ଏନେଇ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏହି ରେଳ ଲାଇନ୍‌ରେ ଟ୍ରେନ୍‌ ଘଣ୍ଟାପ୍ରତି ୧୨୦ କିଲୋମିଟରରୁ ୨୦୦ କିଲୋମିଟର ବେଗରେ ଗତି କରିପାରିବ। ରେଳ ଲାଇନ ସିଚୁଆନ୍‌ର ରାଜଧାନୀ ଚେଙ୍ଗୁଡ୍‌ଠାରୁ ତିବ୍ବତର ଲିଞ୍ଝି ପର୍ଯ୍ୟନ୍ତ ନିର୍ମାଣ କରାଯିବ। ଏହାଦ୍ୱାରା ଲାହାସ ପର୍ଯ୍ୟନ୍ତ ଯାତ୍ରା ୪୮ ଘଣ୍ଟା ପରିବର୍ତ୍ତେ ମାତ୍ର ୧୩ ଘଣ୍ଟାରେ ସମ୍ପୂର୍ଣ୍ଣ ହୋଇପାରିବ। ଏହା ପୂର୍ବରୁ ଚାଇନା କିଙ୍ଘାଇ-ତିବ୍ବତ ରେଲଓ୍ବେ ପ୍ରୋଜେକ୍ଟ ଉପରେ କାମ ଜାରି ରଖିଛି। ଏହି ନୂତନ ରେଳ ପ୍ରୋଜକ୍ଟ ଦ୍ୱାରା ଭାରତ ଉପରେ ଚାଇନାର ସହଜରେ ନଜର ରଖି ପାରିବ ବୋଲି କୁହାଯାଉଛି।

Share