Categories: ଜାତୀୟ

ଚାଇନାର ଏକଚାଟିଆ ଗୁଣକୁ ବରଦାସ୍ତ କରାଯିବ ନାହିଁ : ଜୟଶଙ୍କର

ନୂଆଦିଲ୍ଲୀ,୮।୧୨: ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଯେ ପର୍ଯ୍ୟନ୍ତ ଚାଇନା ନିଜର ବେଆଇନ ନିର୍ମାଣ ବନ୍ଦ ନ କରିବ ସେ ପର୍ଯ୍ୟନ୍ତ ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କ ସ୍ବାଭାବିକ ହେବ ନାହିଁ। ଭାରତର ବୈଦେଶିକ ନୀତି ସମ୍ପର୍କରେ ପାର୍ଲାମେଣ୍ଟ ଶୀତ ଅଧିବେଶନରେ ଏମ୍‌ପି ପ୍ରଶ୍ନ କରିଥିବାବେଳେ ଏହାର ଉତ୍ତରରେ ବହିର୍ବ୍ୟାପାର ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ, ବେଜିଂର ଏକଚାଟିଆ ଗୁଣକୁ ଆଦୌ ବରଦାସ୍ତ କରାଯିବ ନାହିଁ।

ଏଲ୍‌ଏସି ନିକଟରେ ଯଦି ଚାଇନା ପୁଣି ସେନା ମୁତୟନ କରେ କିମ୍ବା କୌଣସି ବଡ଼ ଧରଣର ନିର୍ମାଣ କରେ ତେବେ ଭାରତ ଏହାର ସମୁଚିତ ଜବାବ ଦେବ।

Share