ସୁଧୁରୁନି ଚାଇନା, ପୁଣି କଲା ଏମିତି କାମ

ନୂଆଦିଲ୍ଲୀ/ବେଜିଂ,୩୧ା୫: ଭାରତର ସିକିମ୍‌ ସୀମାଠାରୁ ୧୫୦ କିଲୋମିଟରରୁ କମ୍‌ ଦୂରରେ ଚାଇନା ଏହାର ଅତ୍ୟାଧୁନିକ ଜେ-୨୦ ଲଢ଼ୁଆ ବିମାନ ମୁତୟନ କରିଛି। ତିବ୍ବତର ଦ୍ୱିତୀୟ ବୃହତ୍‌ ସହର ଶିଗାତ୍‌ସେରେ ସାମରିକ ଏବଂ ବେସାମରିକ ବ୍ୟବହାର ପାଇଁ ଥିବା ଏୟାରପୋର୍ଟରେ ଚାଇନା ବାୟୁସେନାର ୬ଟି ଜେ-୨୦ ଯୁଦ୍ଧବିମାନ ରଖାଯାଇଥିବା ସାଟେଲାଇଟ୍‌ ଫଟୋରୁ ଦେଖିବାକୁ ମିଳିଛି। ସମୁଦ୍ର ପତ୍ତନଠାରୁ ୧୨,୪୦୮ ଫୁଟ୍‌ ଉଚ୍ଚତାରେ ଅବସ୍ଥିତ ଏହି ଏୟାରପୋର୍ଟ ବିଶ୍ୱର ସର୍ବୋଚ୍ଚ ଏୟାରପୋର୍ଟ ଭାବେ ପରିଚିତ। ସେଠାରେ ଚାଇନା ସେନାର କେଜି-୫୦୦ ଏୟାରବର୍ନ ୟର୍ଲି ଓ୍ବାର୍ନିଂ ଆଣ୍ଡ୍‌ କଣ୍ଟ୍ରୋଲ ବିମାନ ମଧ୍ୟ ରହିଛି। ଜି-୨୦ ମୁତୟନ ସମ୍ପର୍କରେ ଭାରତୀୟ ବାୟୁସେନା ଅବଗତ ଥିଲେ ମଧ୍ୟ ଏହା ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛି।
ଜେ-୨୦ ଚାଇନାର ସବୁଠୁ ଅତ୍ୟାଧୁନିକ ଯୁଦ୍ଧବିମାନ ହୋଇଥିବାବେଳେ ଏହାର ମୁକାବିଲା ପାଇଁ ଭାରତ ଫ୍ରାନ୍ସରୁ କିଣିଥିବା ରାଫାଲ ଲଢ଼ୁଆ ବିମାନ ଉପରେ ନିର୍ଭର କରୁଛି। ଆମେରିକା ବାୟୁସେନା ସହ ଯୁଦ୍ଧାଭ୍ୟାସ ପାଇଁ ସେଥିରୁ ୮ଟି ବିମାନକୁ ଆଲାସ୍କା ନିଆଯାଇଛି। ପଶ୍ଚିମବଙ୍ଗର ହସିମାରାଠାରେ ଭାରତ ୧୬ଟି ରାଫାଲ ଯୁଦ୍ଧବିମାନ ରଖିଛି, ଯାହା ଶିଗାତ୍‌ସେଠାରୁ ୨୯୦ କିଲୋମିଟର ଦୂରରେ ଅବସ୍ଥିତ। ଚେଙ୍ଗଡୁ ଜେ-୨୦ ବା ମାଇଟି ଡ୍ରାଗନ୍‌ ହେଉଛି ଦୁଇ ଇଞ୍ଜିନ ବିଶିଷ୍ଟ ଯୁଦ୍ଧବିମାନ, ଯାହା ୨୦୧୭ରେ ଚାଇନା ବାୟୁସେନାରେ ସାମିଲ ହୋଇଥିଲା। ବେଜିଂ ପ୍ରାୟ ୨୫୦ ଲଢ଼ୁଆ ବିମାନ ମୁତୟନ କରିଥିବା କେତେକ ରିପୋର୍ଟରେ ପ୍ରକାଶ ପାଇଛି, ଯାହାକୁ ରାଡାରରେ ଧରିବା କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

Dilip Ghosh: ୬୦ ବର୍ଷ ବୟସରେ ବିବାହ କରିବେ ଭାଜପା ନେତା, ଧରିବେ ଦଳୀୟ ସହଯୋଗୀଙ୍କ ହାତ

କୋଲକାତା,୧୮।୪: ପଶ୍ଚିମବଙ୍ଗର ପୂର୍ବତନ ଭାଜପା ସଭାପତି ଦିଲୀପ ଘୋଷ ୬୦ବର୍ଷ ବୟସରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେ ତାଙ୍କର ଭାଜପା ସହଯୋଗୀ ରିଙ୍କୁ...

Athiya Shetty Baby Girl Name: ଝିଅର ନାମକରଣ କଲେ ରାହୁଲ-ଆଥିୟା, ଶୁଣୁଶୁଣୁ ଅନୁଷ୍କା କଲେ କମେଣ୍ଟ

ମୁମ୍ବାଇ: ଆଥିୟା ଶେଟ୍ଟୀ ଏବଂ କେଏଲ ରାହୁଲଙ୍କ ଘରେ ଖୁସି ଆସିଛି। Athiya ୨୪ ମାର୍ଚ୍ଚରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଝିଅର ଜନ୍ମ...

ଘୋଷଣା ହେଲା ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପାର୍ଥିଙ୍କ ନାମ! RJD ଏମପି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୮।୪: ଗୁରୁବାର ପାଟନାର ଆରଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ମହାମେଣ୍ଟର ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥିଙ୍କ ସମ୍ପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। କିନ୍ତୁ, ବୈଠକରେ ଯୋଗ...

ବନ୍ଧୁକ ଛାଡ଼ିଲେ ୨୨ ମାଓବାଦୀ

ସୁକମା,୧୮।୪: ଦିନକୁ ଦିନ ଭୁଷୁଡୁଛି ମାଓବାଦୀଙ୍କ ଗଡ଼। ବନ୍ଧୁକ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ। ଶୁକ୍ରବାର ଛତିଶଗଡ଼ ସୁକୁମା ପୋଲିସ ନିକଟରେ ୨୨ ମାଓବାଦୀ...

ଭାରତରେ ଟେସଲାର ପ୍ରବେଶ ପୂର୍ବରୁ ଏଲନ ମସ୍କଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ; ଟେକ୍ନୋଲୋଜି, ଇନୋଭେସନ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ,୧୮।୪: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେସଲା ଏବଂ ସ୍ପେସଏକ୍ସର ସିଇଓ ଏଲନ ମସ୍କଙ୍କ ସହ ଏକ ଟେଲିଫୋନିକ ଆଲୋଚନା କରିଛନ୍ତି, ଯେଉଁଥିରେ ଭାରତ ଏବଂ...

ଟ୍ରମ୍ପ୍‌ଙ୍କୁ ‘ସୁପ୍ରିମ’ ଝଟ୍‌କା: ନିଷ୍ପତ୍ତି ଉପରେ ଲାଗିଲା ରୋକ

ଓ୍ବାଶିଂଟନ,୧୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟରୁ ଏକ ଝଟକା ଲାଗିଛି। ଜନ୍ମରୁ ନାଗରିକତା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ କୋର୍ଟ...

ମାଲେସିଆ ବୁଲିବେ ଓଡ଼ିଶା ଚାଷୀ

ଭୁବନେଶ୍ୱର,୧୮।୪: ଓଡ଼ିଶା କୃଷି ବିଭାଗ ପକ୍ଷରୁ ଶୁକ୍ରବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ଶୁକ୍ରବାରଠାରୁ ୭ ଦିନିଆ ମାଲେସିଆ ଗସ୍ତରେ ଯାଇ କୃଷି ଭିତ୍ତିକ ଶିଳ୍ପ...

‘ବିଶ୍ୱରେ ତାଙ୍କ ପରି କେହି ନାହିଁ, ୧୦୦ ପ୍ରତିଶତ ହେବ ଚୁକ୍ତି’, Giorgia Meloniଙ୍କୁ ଭେଟିବା ପରେ ଟ୍ରମ୍ପ କହିଲେ…

ଓ୍ବାଶିଂଟନ,୧୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ଭେଟିଥିଲେ, ଯିଏ ଗୁରୁବାର ଶୁଳ୍କ ଯୁଦ୍ଧ ମଧ୍ୟରେ ହ୍ବାଇଟ ହାଉସର ଏକ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image