ବିଲାଓ୍ବଲଙ୍କୁ ଫୋନ କଲେ ଚାଇନାର ନୂଆ ବୈଦେଶିକ ମନ୍ତ୍ରୀ…

ବେଜିଂ,୧୦।୧ : ପାକିସ୍ତାନରେ ଚାଇନା ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଚାଇନାର ନୂଆ ବୈଦେଶିକ ମନ୍ତ୍ରୀ କୀିନ୍‌ ଗେଙ୍ଗ୍‌ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ପାକିସ୍ତାନୀ ପ୍ରତିପକ୍ଷ ବିଲାଓ୍ବଲ ଭୁଟ୍ଟୋ ଜରଦାରୀଙ୍କୁ ଫୋନ କରିିଛନ୍ତି। ଏହା ସହିତ ଚାଇନା ନାଗରିକଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି।

ଏସମ୍ପର୍କରେ ଚାଇନା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ସୂଚନା ପ୍ରଦାନ କରାଯାଇଛି। ମନ୍ତ୍ରଣାଳୟ କହିଛି ଯେ, ଦୁଇ ନେତାଙ୍କ ମଧ୍ୟରେ ୯ ଜାନୁୟାରୀରେ ଫୋନରେ ଆଲୋଚନା ହୋଇଥିଲା। ପ୍ରକାଶିତ ବିବୃତିରେ କୁହାଯାଉଛି ଯେ, ବିଲାଓ୍ବଲ ଏନେଇ ପ୍ରତିଶ୍ରୁତି ଦେଇଛନ୍ତି।

Share