Categories: ଜାତୀୟ

ଭାରତରେ ବନ୍ୟା ସ୍ଥିତି ସୃଷ୍ଟି ପାଇଁ ଚାଇନାର ଷଡ଼ଯନ୍ତ୍ର…

ନୂଆଦିଲ୍ଲୀ/ବେଜିଂ,୧୮।୧ : ଭାରତରେ ବନ୍ୟା ସ୍ଥିତି ସୃଷ୍ଟି ପାଇଁ ଚାଇନା ଷଡ଼ଯନ୍ତ୍ର ରଚିଛି। ଚାଇନ ୬୦ ହଜାର ମେଗାୱାଟ କ୍ଷମତା ବିଶିଷ୍ଟ ଏକ ନଦୀ ବନ୍ଧ ନିର୍ମାଣ କରୁଛି। ୟାରଲୁଙ୍ଗ ଟାଙ୍ଗପୋ ନଦୀରେ ଏହା ନିର୍ମାଣ କରାଯାଉଛି। ଚାଇନା ନିର୍ମାଣ କରିବାକୁ ଚେଷ୍ଟା କରୁଥିବା ଡ୍ୟାମ ମେଡୋଗ ସୀମାରେ ଅଛି ଯାହା ଅରୁଣାଚଳ ପ୍ରଦେଶର ଅତି ନିକଟରେ ରହିଛି। ଏହି ବନ୍ଧ ନିର୍ମାଣ ନେଇ ଭାରତ ଚିନ୍ତିତ।

ସୂତ୍ରରୁ ପ୍ରକାଶ ଯେ ଡ୍ୟାମ ନିର୍ମାଣ ପରେ ଚାଇନା ବ୍ରହ୍ମପୁତ୍ର ନଦୀର ଜଳର ଗତିପଥକୁ ବଦଳାଇ ପାରିବ। କେବଳ ଏତିକି ନୁହେଁ, ଏହି ଡ୍ୟାମର ଜଳକୁ ବନ୍ଦ କରିବା ପରେ ଶୀଘ୍ର ଛାଡି ଚାଇନା ଭାରତରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ମଧ୍ୟ ରହିଛି। ଏହାଯୋଗୁ ଆସାମ, ଅରୁଣାଚଳ ପ୍ରଦେଶରେ ଜଳ ଅଭାବ କିମ୍ବା ବନ୍ୟା ପରି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଅଛି।

ଏହି ପ୍ରସଙ୍ଗରେ ଭାରତ ମଧ୍ୟ ଜବାବ ଦେବାକୁ ପ୍ରସ୍ତୁତ ହୋଇଛି। ଭାରତ ମଧ୍ୟ ଅରୁଣାଚଳ ପ୍ରଦେଶରେ ସଂରକ୍ଷଣ କ୍ଷମତା ସହିତ ଅନେକ ବନ୍ଧ ନିର୍ମାଣ କରୁଛି। ଚାଇନାର ମୁକାବିଲା ପାଇଁ ଭାରତ ଅରୁଣାଚଳ ପ୍ରଦେଶରେ ବହୁ ସଂଖ୍ୟକ ନଦୀବନ୍ଧ ନିର୍ମାଣ କରୁଛି। ପ୍ରାୟ ୧ ବର୍ଷ ପାଇଁ ଏଥିରେ ଜଳ ଷ୍ଟୋରେଜ ହେବାର ବ୍ୟବସ୍ଥା ରହିବ। ଏହି ବନ୍ଧଗୁଡ଼ିକ ମଧ୍ୟରୁ କେତେକ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଚାଇନା ସରକାର ଏପର୍ଯ୍ୟନ୍ତ ବ୍ରହ୍ମପୁତ୍ର ନଦୀରେ ୧୧ ଟି ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରିଛନ୍ତି। ଏହି ବନ୍ଧଗୁଡ଼ିକ ଯୋଗୁଁ ନଦୀର ପ୍ରବାହରେ ଅସାଧାରଣ ପରିବର୍ତ୍ତନ ଦେଖାଦେଇଛି। ଚାଇନ ଯେତେବେଳେ ଚାହିଁବ ଏହି ବନ୍ଧଗୁଡ଼ିକର ଦ୍ୱାର ଖୋଲିବ। ଫଳରେ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡିକୁ ଅତ୍ୟଧିକ ବନ୍ୟା ଜଳ ଯୋଗୁ ଯୋଗୁ କ୍ଷତି ସହିବାକୁ ପଡିବ। ୟାରଲଙ୍ଗ ସାଗପୋ ନଦୀ ଚାଇନାରୁବାହାରିଛି। ଏହା ତିବ୍ଦତ ଦେଇ ଅରୁଣାଚଳ ପ୍ରଦେଶ ଦେଇ ଭାରତରେ ପ୍ରବେଶ କରିଛି। ଏଠାରୁ ଆସାମ ଦେଇ ବାଂଲାଦେଶକୁ ମଧ୍ୟ ଯାଇଛି।

ଚାଇନାର ଅଧିକାଂଶ ଜଳ ବିଦ୍ୟୁତ ପ୍ରକଳ୍ପ ତିବ୍ଦତ ଅଞ୍ଚଳରେ ପଡେ। ଚାଇନା ନଦୀର ପ୍ରବାହକୁ ବନ୍ଦ କରି ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ଜଳର ଅଭାବ ସୃଷ୍ଟି କରିପାରିବ।

Share