ଚନ୍ଦ୍ର ଦଖଲ ପାଇଁ ଚାଇନାର ଷଡ଼ଯନ୍ତ୍ର: ଚିନ୍ତାରେ ନାସା…

ଓ୍ବାଶିଂଟନ,୩।୧ : ପୃଥିବୀର ସମସ୍ତ ଦେଶ ମଧ୍ୟରେ ଚନ୍ଦ୍ର ପୃଷ୍ଠରେ ମାନବ ବସତି ସ୍ଥାପନ ପାଇଁ ଏହି ଦୌଡ଼ ଚାଲିଛି। ତେବେ ଆମେରିକା ଏବଂ ଚାଇନା ଏହି ଦୌଡ଼ରେ ଆଗୁଆ ରହିଛନ୍ତି। ଯଦି ପ୍ରକୃତ ଅର୍ଥରେ ଦେଖାଯାଏ, ଚାଇନା ଆମେରିକାକୁ ପଛରେ ପକାଇ ଚନ୍ଦ୍ର ଦଖଲ ଲାଗି ଷଡ଼ଯନ୍ତ୍ର କରିଛି। ଏନେଇ ନାସାର ଚିନ୍ତା ବଢ଼ିବାରେ ଲାଗିଛି। ନାସା ଭୟ କରୁଛି ଯେ ଚାଇନା ଚନ୍ଦ୍ରରେ ନିଜର କବଜା କରି ଅନ୍ୟ ଦେଶର ଚନ୍ଦ୍ର ଅଭିଯାନରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଫଳ ସ୍ବରୂପ ଅନ୍ୟ ଦେଶର ଅବତରଣ ବନ୍ଦ ହେବାର ଅଶଙ୍କା ଦେଖାଦେଇଛି।

ନାସା ମୁଖ୍ୟ ବିଲ ନେଲସନ ଏ ସମ୍ପର୍କରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଆମେରିକା ଏବଂ ଚାଇନା ଏକ ମହାକାଶ ଦୌଡ଼ରେ ଜଡିତ ଅଛନ୍ତି। ଏଭଳି କରି ଚାଇନା ଶେଷରେ ଚନ୍ଦ୍ରର ସମୃଦ୍ଧ ଅଞ୍ଚଳଗୁଡିକର ମାଲିକାନା ଦାବି କରିପାରିବ।

ନାସା ମୁଖ୍ୟ ନେଲସନ କହିଛନ୍ତି ଯେ ଆମେରିକା ଏବଂ ଚାଇନ ମଧ୍ୟରେ ପ୍ରତିଯୋଗିତା ତୀବ୍ର ହେଉଛି ଏବଂ ଆଗାମୀ ଦୁଇ ବର୍ଷ କେଉଁ ଦେଶ ଅଧିକ ଲାଭରେ ରହିବ ତାହା ଜଣାପଡ଼ିବ।

ଅନ୍ୟପକ୍ଷରେ ୱାଶିଂଟନରେ ଥିବା ଚାଇନା ଦୂତାବାସର ମୁଖପାତ୍ର ଲିୟୁ ପେଙ୍ଗୁ କହିଛନ୍ତି ଯେ ଆମେରିକାର ଦାବି ମିଥ୍ୟା। ଚାଇନା ସର୍ବଦା ବାହ୍ୟ ସ୍ଥାନର ଶାନ୍ତିପୂର୍ଣ୍ଣ ବ୍ୟବହାରକୁ ସମର୍ଥନ କରେ। ବାହ୍ୟ ସ୍ଥାନର ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ବିରୋଧ କରେ। ମହାକାଶ କ୍ଷେତ୍ରରେ ମାନବଜାତି ପାଇଁ ଏକ ସହଭାଗୀ ଭବିଷ୍ୟତ ଦିଗରେ ଚାଇନା ସକ୍ରିୟ ଭାବରେ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି।

Share