ତିବ୍ବତରେ କରୋନା ଦ୍ୱାରା ନରସଂହାର ପାଇଁ ଚାଇନାର ଷଡ଼ଯନ୍ତ୍ର…

ବେଜିଂ/ଲାସା,୨୨।୧ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ସରକାର କଠୋର ଜିରୋ କୋଭିଡ ନୀତି ବିରୋଧରେ ସାଧାରଣ ଲୋକଙ୍କ ଆନ୍ଦୋଳନର ଚାପରେ କଟକଣାକୁ ଉଠାଇ ନେଇଛନ୍ତି। କିନ୍ତୁ ଏହାର ବାସ୍ତବତା ଅନ୍ୟ କିଛି ରହିଛି ବୋଲି ଅନ୍ତର୍ଜାତୀୟସ୍ତରରେ ଚvର୍ଚ୍ଚା ହେଉଛି। ଭଏସ ଏଗନେଷ୍ଟ ଅଟୋକ୍ରାସି ପକ୍ଷରୁ ଜିନପିଙ୍ଗ ପ୍ରଶାସନ ଉପରେ ଏକ ବଡ ଅଭିଯୋଗ ଆଣିଛି। ଏହା କହିଛି ଯେ କରୋନା ପ୍ରତିବନ୍ଧକକୁ ହଟିବା ଦ୍ୱାରା ତିବ୍ବତରେ ବାସ କରୁଥିବା ତିବ୍ଦତୀୟ ବାସିନ୍ଦାଙ୍କ ମଧ୍ୟରେ କରୋନା ସଂକ୍ରମଣ ବ୍ୟାପୀବାରେ ଲାଗିଛି। ରେଡିଓ ଫ୍ରି ଏସିଆ ଅନୁସାରେ ଚାଇନା କରୋନା ପ୍ରତିବନ୍ଧକକୁ ହଟାଇବା ପରଠାରୁ କେବଳ ଲାସାରେ କୋଭିଡ ସଂକ୍ରମଣରେ ୧୦୦ଜଣଙ୍କର ମୃତ୍ୟୁ ଘଟିଛି।

ବେଜିଂର ଯୋଜନା ହେଉଛି ତିବ୍ଦତୀୟମାନଙ୍କର ନରସଂହାର କରୋନା ଦ୍ୱାରା କରିବା। ଚାଇନା ଏହାର ସମସ୍ତ ସୀମା ଖୋଲିଛି ଯାହା ଦ୍ୱାରା ନାଗରିକମାନଙ୍କୁ ଯାତ୍ରା କରିବାକୁ ଅନୁମତି ମିଳିଛି। ଏହି ପର୍ଯ୍ୟାୟରେ ପର୍ଯ୍ୟଟନ ବିଭାଗ କହିଛି ଯେ ୧ ଜାନୁୟାରୀ ୨୦୨୩ ରେ ଚାଇନାରୁ ଏକ କୋଟିରୁ ଅଧିକ ଲୋକ ତିବ୍ବତରେ ଶୀତକାଳୀନ ଯାତ୍ରା ଆରମ୍ଭ କରିଛନ୍ତି। ଏହି ପ୍ୟାକେଜରେ ଲାସାସ୍ଥିତ ପୋଟାଲା ପ୍ୟାଲେସ ଏବଂ ତିବ୍ବତର ଅନ୍ୟାନ୍ୟ ପ୍ରମୁଖ ସ୍ଥାନଗୁଡିକ ପାଇଁ ମାଗଣା ଟିକେଟ ଅନ୍ତର୍ଭୁକ୍ତ ଏବଂ ଏହି ଯୋଜନା ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଚାଲିବ।

କୋଭିଡ ସଂକ୍ରମଣ ମୃତ୍ୟୁ କେବଳ ଲାସା, ତିବ୍ବତ ଏବଂ ଚାଇନାରେ ବୃଦ୍ଧି ପାଉଛି। ଜିନପିଙ୍ଗ ସରକାରଙ୍କ କୋଭିଡ ସଂକ୍ରମଣ କରିବା ପାଇଁ ଏହି ରଣନୀତିର ଉଦ୍ଦେଶ୍ୟ ହେଉଛି ତିବ୍ବତର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ନୁହେଁ, ବରଂ ଶୀଘ୍ର ମହାମାରୀ ବିସ୍ତାର କରିବା ଏବଂ ଶେଷରେ ତିବ୍ବତରେ ତିବ୍ଦତୀୟମାନଙ୍କୁ ଧ୍ୱଂସ କରିବା।

ଭଏସ ଏଗନେଷ୍ଟ ଅଟୋକ୍ରାସି ରିପୋର୍ଟ କରିଛି ଯେ ଜିନପିଙ୍ଗଙ୍କ କୋଭିଡ ନୀତି ପିଆରସି ଅଧୀନରେ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟକାରୀ ହୋଇଛି। ବିଶେଷ ଭାବରେ, ତିବ୍ବତ ଅଧିକୃତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କଟକଣା କରାଯାଇ ନାହିଁ। ସୋସିଆଲ ମିଡିଆରେ ତିବ୍ବତୀୟମାନଙ୍କ ଦ୍ୱାରା ଅଂଶୀଦାର ହୋଇଥିବା ଭିଡିଓଗୁଡିକ ଦର୍ଶାଇଛି ଯେ ଏହାଦ୍ୱାରା କର୍ମଚାରୀ, ଖାଦ୍ୟ, ଚିକିତ୍ସା ସାମଗ୍ରୀ ଏବଂ ଭିତ୍ତିଭୂମି ଅଭାବ ଦେଖାଦେଇଛି। ଏପରିକି ଲାସା ଏବଂ ଶିଗାତ୍ସେ ଭଳି ବଡ ସହରରେ ମଧ୍ୟ ଏହା ଦେଖିବାକୁ ମିଳିଛି। ଲାସା ମେୟର ପ୍ରଶାସନିକ କାର୍ଯ୍ୟରେ ବିଫଳତା ପାଇଁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଛନ୍ତି। ତେବେ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ଜିନପିଙ୍ଗଙ୍କୁ ଦାୟୀ କରାଯାଇଛି।

Share