ସଂସଦରେ ଅଖଣ୍ଡ ଭାରତ ଭିତ୍ତି ଚିତ୍ର ନେଇ ଚାଇନାର ପ୍ରଶ୍ନ, ନେପାଳ କଲା ଚିନ୍ତା ପ୍ରକଟ…

ବେଜିଂ/କାଠମାଣ୍ଡୁ,୩୧।୫ : ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ବାବୁରାମ ଭଟ୍ଟରାଇ ଦ୍‌ଭାରତର ନୂତନ ସଂସଦ ଭବନରେ ଅଖଣ୍ଡ ଭାରତ ଭିତ୍ତି ଚିତ୍ର ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଭିତ୍ତି ଚିତ୍ରରେ ପଡୋଶୀ ଦେଶ ପ୍ରତି ପ୍ରାଚୀନ ଭାରତୀୟ ଚିନ୍ତାଧାରାର ପ୍ରଭାବ ଚିତ୍ରିତ ହୋଇଛି ଯାହା ଅନାବଶ୍ୟକ ତଥା କ୍ଷତିକାରକ କୂଟନୈତିକ ବିବାଦର କାରଣ ହୋଇପାରେ।

ନେପାଳର ଏକ ଖବରକାଗଜ ରିପୋର୍ଟ ଅନୁଯାୟୀ, ନେପାଳର କପିଳବାସ୍ତୁ ଏବଂ ଲୁମ୍ବିନି ଏଠାରେ ଚିତ୍ରିତ ହେବା ପରେ ଭଟ୍ଟରାଇଙ୍କ ମନ୍ତବ୍ୟ ଆସିଛି। ସମାଜବାଦୀ ପାର୍ଟି ସଭାପତି ଭଟ୍ଟରାଇ ଟୁଇଟରରେ ଚେତାବନୀ ଦେଇଛନ୍ତି ନେପାଳ ସମେତ ପଡୋଶୀ ଦେଶରେ ଅନାବଶ୍ୟକ ତଥା କ୍ଷତିକାରକ କୂଟନୈତିକ ବିବାଦ ଏହା ଯୋଗୁ ସୃଷ୍ଟି ହୋଇପାରେ। ସେ କହିଛନ୍ତି ଭାରତର ଅଧିକାଂଶ ନିକଟତମ ପଡ଼ୋଶୀ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଦୁର୍ବଳ ରହିଥିବାବେଳେ ଏହା ପୁଣି ସ୍ଥିତିକୁ ସଙ୍କଟ ଜନକ କରିପାରେ। ଗ୍ରାଫିଟିର ପ୍ରକୃତ ଉଦ୍ଦେଶ୍ୟ ଏବଂ ପ୍ରଭାବ ବିଷୟରେ ଭାରତୀୟ ରାଜନୈତିକ ନେତୃତ୍ୱଙ୍କୁ ଠିକ ସମୟରେ ଅବଗତ କରାଯିବା ଉଚିତ। ଏହାକୁ ନେଇ ଚାଇନା ମଧ୍ୟ ପ୍ରଶ୍ନ ଉଠାଇଛି।

Share