ଚାଇନା ସ୍ଥିତି ଭୟଙ୍କର, ମାସକରେ ୧୧ ଲକ୍ଷ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ, ୧୬୦ ନୂଆ କବରସ୍ତାନ ନିର୍ମାଣ…

ବେଜିଂ,୨୪।୧୨ : ଚାଇନାରେ କରୋନା ସଂକ୍ରମଣ ନେଇ ପ୍ରତିଦିନ ନୂଆ ନୂଆ ଭୟଙ୍କର ତଥ୍ୟ ସାମ୍ନାକୁ ଆସୁଛି। ଜିନପିଙ୍ଗ ସରକାର ମଧ୍ୟ କରୋନାର ଆକଳନ ଲୁଚାଇଥିବା ଅଭିଯୋଗ ହୋଇଛି। ସରକାରଙ୍କ କହିବାନୁସାରେ, ଗତ ଏକ ସପ୍ତାହ ମଧ୍ୟରେ କରୋନା ଯୋଗୁଁ କେବଳ ୮ ଜଣଙ୍କର ମୃତ୍ୟୁ ହୋଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କେବଳ ଡିସେମ୍ବର ୨୦ ରେ ଚାଇନାରେ ୩୬ ମିଲିୟନ ମାମଲା ରୁଜୁ ହୋଇଥିଲା।

ଏଥି ସହିତ, ନଭେମ୍ବର ୧୯ ରୁ ଡିସେମ୍ବର ୧୮ପର୍ଯ୍ୟନ୍ତ, ୧୧ ଲକ୍ଷ ଲୋକ ଚାଇନାରେ ମୃତ୍ୟୁ ପ୍ରମାଣପତ୍ର ପାଇଁ ଅନଲାଇନରେ ଆବେଦନ କରିଛନ୍ତି। ମୋଟ ୧୬୦ଟି ନୂଆ କବରସ୍ତାନ ନିର୍ମାଣ ଚାଲିଛି। ସେଥିମଧ୍ୟରୁ ବେଜିଂ ଏବଂ ସାଂଘାଇରେ ୬୦-୬୦ ନୂଆ କବରସ୍ତାନ ନିର୍ମାଣ କରା ଯାଇଥିବାବେଳେ ଚେଙ୍ଗଦୁରେ ୪୦ ଟି ନୂତନ କବରସ୍ତାନ ନିର୍ମାଣ କରାଯାଉଛି। ଏହା ଚାଇନାରେ କରୋନାର ମୃତ୍ୟୁ ତାଣ୍ଡବକୁ ସୂଚାଉଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି।

Share