ମହାକାଶରେ ଚାଇନାର ସୌରଶକ୍ତି ପ୍ରକଳ୍ପ ଯୋଜନା

ବେଜିଂ,୨୮।୬: ମହାକାଶରେ ଚାଇନା ସୋଲାର ପାଓ୍ବାର ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ପ୍ରସ୍ତୁତି ଚଳାଇଛି। ୨୦୨୮ ସୁଦ୍ଧା ପ୍ଲାଣ୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଚାଇନା ଆଶା ରଖିଛି। ସୋଲାର ପାଓ୍ବାର ପ୍ଲାଣ୍ଟ ଜରିଆରେ ସୋଲାର ଏନର୍ଜି (ସୌର ଶକ୍ତି)କୁ ଇଲେକ୍ଟ୍ରିସିଟି ଏବଂ ମାଇକ୍ରୋ ଓ୍ବେଭ୍‌ରେ ପରିବର୍ତ୍ତିତ କରାଯାଇପାରିବ, ଯାହା ଉପଗ୍ରହଗୁଡ଼ିକୁ ଶକ୍ତି ସଞ୍ଚାର କରିବ। ଏଥିସହ ଓୟାରଲେସ୍‌ ପାଓ୍ବାର ଟ୍ରାନ୍ସମିଶନ୍‌ ଜରିଆରେ ସୌରଶକ୍ତିରୁ ମିଳୁଥିବା ଇଲେକ୍ଟ୍ରିସିଟିକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନର ଲୋକଙ୍କ ବ୍ୟବହାର ଉପଯୋଗୀ କରାଯାଇପାରିବ। ସ୍ପେସ୍‌ରେ ଏହି ସୋଲାର ପାଓ୍ବାର ପ୍ଲାଣ୍ଟ ହଟ୍‌ସ୍ପଟ ଭଲି କାର୍ଯ୍ୟ କରିବ, ଯାହାର କ୍ଷମତା ୧୦କିଲୋଓ୍ବାଟ ରହିବ।
ଅର୍ବସେପ ମେମ୍ବ୍ରେନ୍‌ ଇନର୍ଜି ଗ୍ୟାଦରିଙ୍ଗ ଆରେ (ଓମେଗା) ଓ ଚାଇନାର ଜିଡିଆନ୍‌ ୟୁନିଭର୍ସିଟି ପକ୍ଷରୁ ଉଦ୍ୟମ ଚାଲିଛି। ପ୍ଲାଣ୍ଟର ଉଚ୍ଚତା ୭୫ ମିଟର ରହିବ। ଏଥିରେ ୫ଟି ସବ୍‌ସିଷ୍ଟମ୍‌ ଖଞ୍ଜାଯାଇଛି। ଚୋଙ୍ଗକିଙ୍ଗର ୩୩ ଏକର ପରିମିତ ସ୍ଥାନରେ ଏହାର ଟେଷ୍ଟିଂ କରାଯିବ।

Share