ଚାଇନା ସୋଲାର ମଡୁଲ୍ୟ ଆମଦାନୀ ୭୬ ପ୍ରତିଶତ କମାଇଲା ଭାରତ…

ନୂଆଦିଲ୍ଲୀ,୧୪।୯ : ବିଶ୍ୱର ବ୍ୟବସାୟିକ ଧାରାକୁ ଦୃଷ୍ଟିରେ ରଖି ଭାରତ୨୦୨୩ର ପ୍ରଥମାର୍ଦ୍ଧରେ ଚାଇନାରୁ ସୋଲାର ମଡ୍ୟୁଲ ଆମଦାନୀରେ ୭୬ ପ୍ରତିଶତ ହ୍ରାସ କରିଛି। ଯାହା ସୌର ଶକ୍ତି ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଭାରତର ଦୃଢ଼ ପରିବର୍ତ୍ତନକୁ ପ୍ରତିଫଳିତ କରିଛି।

ଚାଇନା ଠାରୁ ଭାରତର ସୋଲାର ମଡ୍ୟୁଲ ଆମଦାନୀ ୨୦୨୨ ର ପ୍ରଥମାର୍ଦ୍ଧରେ ୯.୮ ଗିଗା ଓ୍ବାଟରୁ ହ୍ରାସ ପାଇ ୨୦୨୩ ରେ ସମାନ ଅବଧିରେ ମାତ୍ର ୨.୩ ଗିଗା ଓ୍ବାଟ ରହିଛି ବୋଲି ବିଶ୍ୱ ଶକ୍ତି ଥିଙ୍କ ଟ୍ୟାଙ୍କର ଏମ୍ବର ରିପୋର୍ଟରେ ଦର୍ଶାଯାଇଛି।

ଏହି ରଣନୀତିକ ପରିବର୍ତ୍ତନ, ଶୁଳ୍କ ଲାଗୁ କରିବା ସହିତ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ଏହାର ଘରୋଇ ଉତ୍ପାଦନ କ୍ଷମତାର ବିକାଶକୁ ପ୍ରାଥମିକତା ଦେବା ପାଇଁ ଭାରତର ସଂକଳ୍ପକୁ ସୂଚିତ କରିଛି।

Share