ଚାଇନାକୁ ଫେରିଲା ଲକ୍‌ଡାଉନ

ବେଜିଂ,୧୩।୩: ଚାଇନାର ଅନ୍ୟତମ ସର୍ବବୃହତ ସହର ଶେନ୍‌ଝେନ୍‌ରେ ରବିବାର ୬୬ କୋଭିଡ୍‌ ମାମଲା ଚିହ୍ନଟ ହେବା ସହ ଦେଶରେ ମାମଲା ସଂଖ୍ୟା ୩,୪୦୦କୁ ବୃଦ୍ଧି ପାଇଛି। ପଡୋଶୀ ହଂକଂ ସୀମାକୁ ଲାଗିଥିବା ଏହି ସହରକୁ ସମ୍ପୂର୍ଣ୍ଣ କୋଭିଡ୍‌ ମୁକ୍ତ କରିବା ଲାଗି ସେଠାର ସମସ୍ତ ୧.୭ କୋଟି ଲୋକଙ୍କୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଲକ୍‌ଡାଉନରେ ରଖାଯାଇଛି।

ଲକଡାଉନରେ ସାଧାରଣ ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ସରକାରୀ ବିଜ୍ଞପ୍ତି ଜାରି କରାଯାଇଛି। ସମସ୍ତଙ୍କ ୩ ଥର ଲେଖାଏ କୋଭିଡ୍‌ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଓମିକ୍ରନ୍‌ ଭାରିଆଣ୍ଟ ଜନିତ ସଂକ୍ରମଣ ହଂକଂରେ ଦ୍ରୁତ ବୃଦ୍ଧି ପାଉଛି। ହଂକଂରେ ରବିବାର ୩୨,୪୩୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମଣ ଯେପରି ଚାଇନାକୁ ନ ବ୍ୟାପେ ଏନେଇ ସରକାରଙ୍କ ପକ୍ଷରୁ କଠୋର ପଦକ୍ଷେପ ନିଆଯାଇଛି।

Share