କରୋନା ଭୂତାଣୁ ଦ୍ୱାରା ଚାଇନାର ତୃତୀୟ ବିଶ୍ୱଯୁଦ୍ଧ ଷଡ଼ଯନ୍ତ୍ର: ଆମେରିକାକୁ ମିଳିଲା ଗୁପ୍ତତଥ୍ୟ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୦।୫: କରୋନା ଭୂତାଣୁ ଦ୍ୱାରା ଚାଇନା ତୃତୀୟ ବିଶ୍ୱଯୁଦ୍ଧର ପ୍ରସ୍ତୁତି କରିଥିବା ଆମେରିକା କହିଛି। ଜାଣିଶୁଣି ଚାଇନା ଏଭଳି ଯୋଜନା କରିଥିବା ଆମେରିକା ପକ୍ଷରୁ ଦାବି କରାଯାଇଛି। କରୋନା ସଂକ୍ରମଣ ପରେ ମାତ୍ର ୬ରୁ ୮ ମାସ ମଧ୍ୟରେ ଚାଇନାର ସ୍ଥିତି ସ୍ବାଭାବିକ ହୋଇ ସାରିଛି। ମାତ୍ର ଏବେ ବି ଭାରତ ସମେତ ପୃଥିବୀର ବହୁ ଦେଶ କରୋନା ମହାମାରୀ ସହିତ ଲଢ଼େଇ ଜାରି ରଖିଛନ୍ତି। କରୋନା ସଂକ୍ରମଣ ଚାଇନାରୁ ଦୂର ହୋଇଥିବାବେଳେ ପୃଥିବୀର ଅନ୍ୟ ଦେଶରୁ ମହାମାରୀର ବିପଦ ୨ ବର୍ଷ ହେଲା ଟଳି ନାହିଁ। ଏହା ଚାଇନାର ଯୋଜନାବଦ୍ଧ ଜୈବିକ ଅସ୍ତ୍ର ପ୍ରୟୋଗକୁ ସ୍ବତଃ ପ୍ରମାଣିତ କରୁଥିବା ଆମେରିକା କହିଛି। ୨୦୧୫ରେ ଚାଇନାର ପକ୍ଷରୁ ଏଭଳି ଯୋଜନା କରାଯାଇଥିବା ସମ୍ପର୍କିତ ରିପୋର୍ଟ ଆମେରିକାର ହସ୍ତଗତ ହୋଇଛି। ଚାଇନା ସୈନ୍ୟ ବାହିନୀର ବୈଜ୍ଞାନିକ ଜୈବିକ ଅସ୍ତ୍ର ମାଧ୍ୟମରେ ତୃତୀୟ ବିଶ୍ୱଯୁଦ୍ଧ ଲଢ଼ାଯିବାର ଭବିଷ୍ୟବାଣୀ କରିଥିଲେ। ଏହି ରିପୋର୍ଟ ଆମେରିକା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ଏହି ରିପୋର୍ଟ ଚାଇନାର ସୈନ୍ୟ ବାହିନୀ ବୈଜ୍ଞାନିକ ଏବଂ ସ୍ବାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ୨୦୧୫ରେ ପ୍ରସ୍ତୁତ ହୋଇଥିଲା। ରିପୋର୍ଟ ପ୍ରସ୍ତୁତକାରୀ ବୈଜ୍ଞାନିକ ଏବଂ ସ୍ବାସ୍ଥ୍ୟ ଅଧିକାରୀ ଚାଇନାରେ ଦେଖାଦେଇଥିବା କରୋନା ସଂକ୍ରମଣ ଦୂର କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ଗ୍ରହଣ କରିଥିବା ରିପୋର୍ଟରେ ବ୍ରିଟେନ୍‌ର ଦ ସନ୍‌, ଅଷ୍ଟ୍ରେଲିଆର ଦ ଅଷ୍ଟ୍ରେଲିଅନ୍‌ ଆଦି ଖବର କାଗଜରେ ପ୍ରକାଶ ପାଇଛି।

Share