ହଂକଂ,୨୧।୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କ ୟୁକ୍ରେନ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍ସ୍କିଙ୍କୁ ଭେଟିବା ଲାଗି ସୋମବାର କିଭ୍ରେ ପହଞ୍ଚତ୍ଥିବାବେଳେ ଚାଇନାର ଶୀର୍ଷ କୂଟନୀତିଜ୍ଞ ଓ୍ବାଙ୍ଗ ୟି ରୁଷିଆ ଗସ୍ତରେ ଯାଉଛନ୍ତି। ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗଙ୍କ ମୁଖ୍ୟ ବୈଦେଶିକ ନୀତି ଉପଦେଷ୍ଟା ଓ୍ବାଙ୍ଗ ୮ଦିନିଆ ୟୁରୋପ ଗସ୍ତର ଅଂଶ ସ୍ବରୂପ ମସ୍କୋରେ ପହଞ୍ଚତ୍ବେ। ରୁଷିଆ ୟୁକ୍ରେନ୍ ଯୁଦ୍ଧକୁ ଆସନ୍ତା ଶୁକ୍ରବାର ବର୍ଷେ ପୂରିବାକୁ ଯାଉଥିବାବେଳେ ଏହାର ୩ ଦିନ ପୂର୍ବରୁ ବାଇଡେନ୍ ଏବଂ ଓ୍ବାଙ୍ଗଙ୍କ ଗସ୍ତ ବିଶ୍ୱର ଦୁଇ ସୁପରପାଓ୍ବାର ମଧ୍ୟରେ ଭୂରାଜନୈତିକ ଫାଟକୁ ଆହୁରି ଶାଣିତ କରିବ ବୋଲି କୁହାଯାଉଛି।