ଚାଇନାର ଚାଲାକି: ପଡୋଶୀ ଦେଶକୁ ସାହାଯ୍ୟ କରି ଭାରତକୁ ଘେରିବାକୁ କରୁଛି ଚେଷ୍ଟା

ବେଜିଂ,୯।୯: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପରେ, ଅବଶିଷ୍ଟ ବିଶ୍ୱ ଅପେକ୍ଷା ନୀତି ଆପଣାଇଛି। କିନ୍ତୁ ଚାଇନା ଆଫଗାନିସ୍ତାନର ଅର୍ଥନୈତିକ ସଙ୍କଟ ଦୂର କରିବା ପାଇଁ ତାଲିବାନକୁ ୩୧ ମିଲିୟନ୍‌ ଆମେରିକୀୟ ଡଲାର ସହାୟତା ଘୋଷଣା କରିଛି। ଏହାସହ ଆଫଗାନିସ୍ତାନରେ ବିଶୃଙ୍ଖଳାକୁ ଶେଷ କରିବା ଏବଂ ଶୃଙ୍ଖଳା ଫେରାଇବା ଆବଶ୍ୟକ ବୋଲି ଚାଇନା କହିଛି। ଅନ୍ତର୍ଜାତୀୟ ବ୍ୟାପାର ବିଶେଷଜ୍ଞମାନେ ଚାଇନାର ଏହି ପଦକ୍ଷେପକୁ ଏକ ସୁଚିନ୍ତିତ ରଣନୀତି ଭାବରେ ଦେଖୁଛନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ, ଚାଇନା ଭାରତର ପଡୋଶୀ ଦେଶକୁ ଏପରି ସାହାଯ୍ୟ କରି ଭାରତକୁ ଘେରି ରହିବାକୁ ଚେଷ୍ଟା କରୁଛି। ଏହା କରି ସେ ଭାରତ ଉପରେ କୂଟନୈତିକ ଚାପ ପକାଇବାକୁ ଚାହୁଁଛି।ୟବାଣିଜ୍ୟ, ପ୍ରତିରକ୍ଷା କାରବାର, ଭିତ୍ତିଭୂମି ବିକାଶ ନାମରେ ଏହି ଦେଶଗୁଡ଼ିକ ପାଇଁ ଚାଇନା ଭାରତ ଅପେକ୍ଷା ଏକ ଉତ୍ତମ ବିକଳ୍ପ ହେବାକୁ ଚେଷ୍ଟା କରୁଛି। ବିକାଶ ନାମରେ ପାକିସ୍ତାନ, ଶ୍ରୀଲଙ୍କା ଠାରୁ ବାଂଲାଦେଶ, ମିଆଁମାର ଏବଂ ନେପାଳ ପର୍ଯ୍ୟନ୍ତ ଚାଇନା ଏହି ଦେଶମାନଙ୍କରେ ନିଜର ଶାସନ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛି ଏବଂ ଏବେ ଏହି ପର୍ଯ୍ୟାୟରେ ଆଫଗାନିସ୍ତାନର ଏକ ନୂତନ ନାମ ଯୋଡି ହୋଇଛି।

Share