ଆମେରିକାକୁ ଚାଇନାର ଚେତାବନୀ: ବରଦାସ୍ତ କରିବୁ ନାହିଁ, ଉଚିତ୍‌ ଜବାବ ଦେବୁ

ବେଜିଂ,୨୦।୯: ତାଇଓ୍ବାନକୁ ନେଇ ଚାଇନା ଏବଂ ଆମେରିକା ମଧ୍ୟରେ ସମ୍ପର୍କ ବିଗିଡିବାରେ ଲାଗିଛି। ଆମେରିକାକୁ ସ୍ପଷ୍ଟ ଭାବରେ ଚାଇନା କହିଛି ଯେ, ଦେଶକୁ ବିଭାଜନ କରିବା ଉଦ୍ଦେଶ୍ୟରେ କୌଣସି କାର୍ଯ୍ୟକଳାପକୁ ବରଦାସ୍ତ କରିବ ନାହିଁ ଏବଂ ସାର୍ବଭୌମତ୍ୱ ରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ। ତାଇୱାନର ଶାନ୍ତିପୂର୍ଣ୍ଣ ମିଳନ ପାଇଁ ଉଦ୍ୟମ ହେବ।
ଚାଇନାର ଏହି ମନ୍ତବ୍ୟ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ତାଇୱାନ ସମ୍ପର୍କରେ ଦେଇଥିବା ବିବୃତ୍ତିର ପ୍ରତିକ୍ରିୟା ଭାବରେ ଦେଖାଯାଉଛି। ବାଇଡେନ ନିକଟରେ କହିଥିଲେ ଯେ, ଯଦି ଚାଇନା ସ୍ବୟଂ ଶାସିତ ତାଇୱାନ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରେ, ତେବେ ଆମେରିକା ସୈନ୍ୟ ଏହାକୁ ସୁରକ୍ଷା ଦେବେ।
ଚଳିତ ବର୍ଷ ମେ ମାସରୁ ଏହା ହେଉଛି ଦ୍ୱିତୀୟ ଥର, ତାଇୱାନର ସ୍ବାଧୀନତା ରକ୍ଷା ପାଇଁ ଆମେରିକାର ସାମରିକ ହସ୍ତକ୍ଷେପକୁ ନେଇ ଜୋ ବାଇଡେନ ସକରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି। ମେ ମାସରେ ଜାପାନ ଗସ୍ତ ସମୟରେ ସେ କହିଥିଲେ, ଚାଇନାକୁ ତାଇୱାନକୁ ଜବରଦଖଲ କରିବାକୁ ଅନୁମତି ଆମେରିକା ଦେବ ନାହିଁ।

 

Share